ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କ୍ୟାପଟେନ ଅମରିନ୍ଦର ସିଂହଙ୍କ ବଡ ଖୁଲାସା: ନବଜୋତ ସିଦ୍ଧୁଙ୍କୁ ମନ୍ତ୍ରୀ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ କରିଥିଲେ ସୁପାରିସ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ କଂଗ୍ରେସ ପୂର୍ବତନ ସଭାପତି କ୍ୟାପ୍ଟେନ୍ ଅମରିନ୍ଦର ସିଂହ ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କ୍ୟାପ୍ଟେନ୍ କହିଛନ୍ତି ଯେ,  ପଞ୍ଜାବ ନିର୍ବାଚନ ପରେ ପରେ ତାଙ୍କ ପାଖକୁ ପାକିସ୍ତାନରୁ ସନ୍ଦେଶ ଆସିଥିଲା । ଯେଉଁ ସନ୍ଦେଶରେ ସିଦ୍ଧୁଙ୍କୁ ମନ୍ତ୍ରୀ କରିବାକୁ କୁହାଯାଇଥିଲା । ଅମରିନ୍ଦର ସିଂହ କହିଛନ୍ତି ଯେ, ତାଙ୍କୁ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ତରଫରୁ ଗୋଟିଏ ଟେକ୍ସଟ୍ ମେସେଜ୍ ଆସିଥିଲା । ଯେଉଁଥିରେ କୁହାଯାଇଥିଲା ଯେ, ଯଦି ତାଙ୍କ ଦଳ ସରକାର ଗଠନ କରେ ତେବେ ସିଏ ସିଦ୍ଧୁଙ୍କୁ ମନ୍ତ୍ରୀ କରନ୍ତୁ । ସିଦ୍ଧୁ ଯଦି ଭଲ କାମ କରିବେ ତେବେ ତାଙ୍କୁ ରଖିବେ ନହେଲେ ତାଙ୍କୁ ବିଦା କରିଦେବେ ବୋଲି ମେସେଜରେ କୁହାଯାଇଥିଲା ।

ଅମରିନ୍ଦର ସାମ୍ବାଦିକ ସମ୍ମିଳନୀରେ ଆହୁରି ମଧ୍ଯ କହିଛନ୍ତି ଯେ, ପିଏମ୍ ଖାନ୍ ତାଙ୍କୁ ଫୋନରେ ମେସେଜ୍ ପଠାଇଥିଲେ ଓ ଲିଖିତ ଭାବେ ସିଦ୍ଧୁଙ୍କ ପାଇଁ ସୁପାରିସ କରିଥିଲେ । ଯେହେତୁ ସେ କେବେ ମଧ୍ୟ ପାକ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିନଥିଲେ କିମ୍ବା ତାଙ୍କର କୌଣସି ପୂର୍ବ ପରିଚୟ ନଥିଲା ତେଣୁ ଏଭଳି ମେସେଜ୍ ପାଇ ସେ କେବଳ ଚକିତ ହୋଇନଥିଲେ ବଂର ତାଙ୍କୁ ଝଟକା ଲାଗିଥିଲା ବୋଲି କହିଛନ୍ତି ଅମରିନ୍ଦର । ଅମରିନ୍ଦର କହିଛନ୍ତି ଯେ, ମୋତେ ଏହା ଜାଣି ଝଟକା ଲାଗିଲା ଯେ, କେଉଁଭଳି ଭାବେ ଅନ୍ୟ ଗୋଟିଏ ଦେଶର ଜଣେ ପ୍ରଧାନମନ୍ତ୍ରୀ ଆଉ ଗୋଟିଏ ଦେଶର ଏକ ରାଜ୍ୟରେ ଜଣେ ବ୍ୟକ୍ତିଙ୍କୁ ମନ୍ତ୍ରୀ କରିବା ପାଇଁ ଚାପ ପ୍ରୟୋଗ କରୁଛନ୍ତି । ତେବେ ଏ ନେଇ  ସିଦ୍ଧୁଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.