ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ

କୋଲକାତା: ଟିଏମସିରେ ଯୋଗଦେଲେ ପୂର୍ବତନ ରାଷ୍ଟ୍ରପତି ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜୀ । ଆଜି ଅପରାହ୍ନରେ ଟିଏମସିରେ ସାମିଲ ହୋଇଛନ୍ତି ଅଭିଜିତ। ଟିଏମସିର ରାଜ୍ୟ କାର୍ଯ୍ଯାଳୟରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଦ୍ଧିବଦ୍ଧ ଭାବେ ଟିଏମସିରେ ଯୋଗ ଦେଇଛନ୍ତି । ସେପଟେ ଜଙ୍ଗିପୁର ଆସନରୁ ଟିଏମସି ଅଭିଜିତଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବରୁ କଂଗ୍ରେସ ଟିକେଟରୁ ଲଢି ଆସୁଥିଲେ ଅଭିଜିତ । ଅଭିଜିତ ବାନାର୍ଜୀ ମଧ୍ୟ ପଶ୍ଚିମବଙ୍ଗ ରାଜନୀତିରେ ସକ୍ରିୟ ରହିବା ସହ କଂଗ୍ରେସର ଶୀର୍ଷ ନେତୃତ୍ୱ ଭାବେ କାର୍ଯ୍ଯ କରିଆସିଛନ୍ତି । ୨୦୧୨ ମସିହାରେ ଅଭିଜିତ କଂଗ୍ରେସ ଟିକେଟରେ ଜଙ୍ଗୀପୁର ଲୋକସଭା ଆସନରୁ ନିର୍ବାଚନ ଜିତିଥିଲେ । ୨୦୧୪ରେ ପୁଣି ଥରେ ସେହି ଆସନରୁ କଂଗ୍ରେସ ଟିକେଟରେ ସାଂସଦ ନିର୍ବାଚିତ ହୋଇଥିଲେ। ମାତ୍ର ୨୦୧୯ରେ ସେ ନିର୍ବାଚନ ହାରି ଯାଇଥିଲେ। ଏହା ପରେ କଂଗ୍ରେସରେ ତାଙ୍କ ସକ୍ରିୟତା ଆଉ ଦେଖିବାକୁ ମିଳିନଥିନଲା । ଅନ୍ୟପଟେ ୨୦୨୧ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଟିଏମସିର ବିପୁଳ ବିଜୟ ଏବଂ ଭୋଟରଙ୍କ ଭରସାର ପାତ୍ର ହୋଇଥିବା ଟିଏମସି ପ୍ରତି ଅଭିଜିତ ମଧ୍ୟ ବିଶ୍ୱାସ ରଖି ଆଜି ଯୋଗଦାନ କରିଛନ୍ତି।

Leave A Reply

Your email address will not be published.