ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଅସୁସ୍ଥ, ଏମସ୍ରେ ଭର୍ତ୍ତି

ନୂଆଦିଲ୍ଲୀ : ବୁଧବାର ଅଚାନକ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ହେବା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ଡକ୍ଟର ନୀତୀଶ ନାୟକଙ୍କ ତତ୍ବାବଧାନରେ ତାଙ୍କର ଚିକିତ୍ସା ଚାଲିଛି। ମିଳିଥିବା ସୂଚନା ଅନୁସାରେ ବୁଧବାର ଜ୍ବର ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ହଠାତ ନିଶ୍ବାସ ସେବାରେ ଅସୁବିଧା ଅନୁଭବ କରିବା ସହ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହାପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା। ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ ପାଇଁ AIIMS ପକ୍ଷରୁ ଏକ ମେଡିକାଲ୍ ଟିମ୍ ମଧ୍ୟ ଗଠନ କରାଯାଇଛି। ଏମ୍ସ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ନେତୃତ୍ବରେ ଏହି ଟିମ୍ ଡକ୍ଟର ମନମୋହନ ସିଂଙ୍କ ସ୍ବ୍ୟାସ୍ଥ୍ୟ ଯାଞ୍ଚ କରୁଛି।
ସୂଚନାଯୋଗ୍ୟ ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂ ଚଳିତ ବର୍ଷ ଅପ୍ରିଲ ୧୯ରେ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ପଜିଟିଭ ଚିହ୍ନଟ ପରେ ମନମୋହନ ସିଂହଙ୍କୁ ଦିଲ୍ଲୀ ଏମ୍ସର ଟ୍ରମା ସେଣ୍ଟରରେ ଭର୍ତ୍ତି କରଯାଇଥିଲା। ଏହାପରେ ସୁସ୍ଥ ହେବା ପରେ ୨୯ ଅପ୍ରେଲରେ ତାଙ୍କୁ କରାଯାଇଥିଲା। ମନମୋହନ ସିଂ ମଧ୍ୟ ମଧୁମେହରେ ପୀଡିତ। ଏଥି ସହିତ ତାଙ୍କର ଦୁଇଟି ବାଇପାସ୍ ସର୍ଜରୀ ମଧ୍ୟ ହୋଇଛି।