ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବର୍ଷିଆନ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ, ଭୁବନେଶ୍ୱର ସାଂସଦ ଭାବେ ୩ଥର ହୋଇଥିଲେ ନିର୍ବାଚିତ

ଭୁବନେଶ୍ବର : ଆଖି ବୁଜିଲେ ଭୁବନେଶ୍ୱରର ପୂର୍ବତନ ସାଂସଦ ଶିବାଜୀ ପଟ୍ଟନାୟକ । ଶିବାଜୀ ପଟ୍ଟନାୟକ ତିନିଥର ଭୁବନେଶ୍ୱର ଆସନରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ । କମ୍ୟୁନିଷ୍ଟ ପାର୍ଟି ଟିକେଟରୁ ଲଢିଥିଲେ ସମସ୍ତ ନିର୍ବାଚନ । ସ୍ୱର୍ଗତ ଶିବାଜୀ ପଟ୍ଟନାୟକ ୧୯୭୭, ୧୯୮୯ ଓ ୧୯୯୧ ମସିହାରେ ଭୁବନେଶ୍ୱର ଲୋକସଭା ଆସନରୁ ନିର୍ବାଚିତ ହୋଇଥିଲେ । ଜଣେ ସାମ୍ୟବାଦୀ ନେତା ଏବଂ ସିପିଆଇର ବରିଷ୍ଠ ନେତା ହେଉଛନ୍ତି ଶିବାଜୀ ପଟ୍ଟନାୟକ ।

ମିଳିଥିବା ସୂଚନା ମୁତାବକ ସ୍ୱାସ୍ଥ୍ୟଗତ କାରଣରୁ ମେଡିକାଲରେ ଚିକିତ୍ସିତ ହେଉଥିଲେ ଶିବାଜୀ ପଟ୍ଟନାୟକ । ବୟସ ଅଧିକ ହେତୁ ବିଭିନ୍ନ ରୋଗରେ ପିଡ଼ିତ ଥିଲେ ସେ । ଆଜି ମଧ୍ୟାହ୍ନରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଥିବା ଜଣାପଡ଼ିଛି । ୯୨ ବର୍ଷ ବୟସରେ ଆଖି ବୁଜିଛନ୍ତି ଶିବାଜୀ ପଟ୍ଟନାୟକ ।

Leave A Reply

Your email address will not be published.