କନ୍ଧମାଳ ଜିଲ୍ଲା ବାଲିଗୁଡା ର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ର ପୂର୍ବତନ ବିଧାୟକ ସୁରେନ୍ଦ୍ର କହଁରଙ୍କ ପରଲୋକ। ବାଲିଗୁଡା ନିକଟ ସଲାଗୁଡ଼ା ଠାରେ ନିଜ ଗାଁରେ ଆଜି ପରଲୋକ ଗମନ କରିଛନ୍ତି। ମୃତ୍ୟୁ ବେଳକୁ ୮୪ ବୟସ ହୋଇଥିବା ବେଳେ କିଛି ଦିନ ଧରି ସେ ଅସୁସ୍ଥ ଥିଲେ। ୨୦୦୦ ରୁ ୨୦୦୪ ଯାଏଁ ସେ ବିଜେପି ବିଧାୟକ ଥିଲେ। ପୂର୍ବରୁ ଶିକ୍ଷକତା ଛାଡି ରାଜନୀତିରେ ପାଦ ଦେଇଥିଲେ । ତାଙ୍କ ବିୟୋଗରେ ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ବିଜେପିର ବହୁ ନେତା ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଅନ୍ୟ ଦଳର ନେତୃ ବର୍ଗ ମଧ୍ୟ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ତାଙ୍କ ଗାଁ ରେ ହିଁ ଶେଷକୃତ୍ୟ ସମ୍ପନ୍ନ ହେବ।