ବୋହୂର ଅଭିଯୋଗ ସହି ନପାରି ପୂର୍ବତନ ମନ୍ତ୍ରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ: ନିଜନାତୁଣୀକୁ ଅସଦାଚରଣ କରିଥିବା ଅଭିଯୋଗ ଉଠିବା ପରେ ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ବହୁଗୁଣା ଆତ୍ମହତ୍ୟା କରିଛନ୍ତି। ପୁଲିସ ସାମ୍ନାରେ ସେ ନିଜକୁ ଗୁଳି କରି ଜୀବନ ହାରିଛନ୍ତି। ରାଜେନ୍ଦ୍ରଙ୍କ ନାମରେ ତାଙ୍କ ବୋହୂ ଏଭଳି ସଙ୍ଗିନ ଅଭିଯୋଗ ଆଣିବା ପରେ ସେ ପୁଲିସକୁ ଫୋନ୍‌ କରି ଘଟଣା ବିଷୟରେ କହିବା ସହିତ ଅତ୍ୟନ୍ତ ବିଚଳିତ ହୋଇପଡ଼ିଛନ୍ତି ବୋଲି କହିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିବାକୁ ଯାଉଛନ୍ତି ବୋଲି ମଧ୍ୟ କହିଥିଲେ। ପୁଲିସ ପହଞ୍ଚିବା ବେଳକୁ ରାଜେନ୍ଦ୍ର ପାଣି ଟାଙ୍କି ଉପରକୁ ଚଢ଼ି ସାରିଥିଲେ। ପୁଲିସ ଲାଉଡ୍‌ ସ୍ପିକର ଲଗାଇ ତାଙ୍କୁ ଆତ୍ମହତ୍ୟା ନକରିବାକୁ କହିଥିଲେ। କିନ୍ତୁ ତାଙ୍କ ନାମରେ ମିଛ ଅଭିଯୋଗ ଅଣାଯାଇଥିବା ରାଜେନ୍ଦ୍ର କହିଥÒଲେ। ପୁଲିସ ଓହ୍ଲାଇ ଆସିବାକୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସେ ଓହ୍ଲାଇ ନଥିଲେ। ତା’ ପରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ। ରାଜେନ୍ଦ୍ରଙ୍କ ବୋହୂଙ୍କ ଅଭିଯୋଗକ୍ରମେ ତାଙ୍କ ବିରୋଧରେ ପକ୍ସୋ ଆଇନ ଧାରା ଲାଗିଥିଲା।

Leave a comment