ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ସମିତିସଭ୍ୟ ନିର୍ବାଚନ ହାରିଲେ ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା

ଭୁବନେଶ୍ବର :ପଞ୍ଚାୟତନ ନିର୍ବାଚନରେ ହାରିଲେ ପୂର୍ବତନ ମନ୍ତ୍ରୀ ତଥା ବିଜେପି ନେତ୍ରୀ ଅଞ୍ଜଳି ବେହେରା । ସମତି ସଭ୍ୟ ପଦ ପାଇଁ ଲଢ଼େଇ କରି ସେ ପରାସ୍ତ ହୋଇଛନ୍ତି । ଅଞ୍ଜଳି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଗିରିଧରପ୍ରସାଦ ପଞ୍ଚାୟତରେ ସମତି ସଭ୍ୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଥିଲେ ।ଅଞ୍ଜଳି ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କଠାରୁ ୮୨୬ ଖଣ୍ଡ ଭୋଟ୍‌ରେ ପରାସ୍ତ ହୋଇଛନ୍ତି।

ଅଞ୍ଜଳି ପୂର୍ବରୁ ବିଜେଡି ଟିକେଟରୁ ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।୨୦୦୦, ୨୦୦୪ ଓ ୨୦୦୯ ନିର୍ବାଚନରେ ସେ ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ପରେ ଦୁଇ ଦୁଇ ଥର ମନ୍ତ୍ରୀ ପଦରେ ମଧ୍ୟ ବସିଥିଲେ। ବିଜେଡିରେ ବିଧାୟକ ହେବା ପରେ ୨୦୦୯ରୁ ୨୦୧୧ ଯାଏ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଏବଂ ୨୦୧୧ରୁ ୨୦୧୨ ଯାଏ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ଥିଲେ । ପରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ସେ ବିଜେଡିରୁ ନିଲମ୍ବିତ ହୋଇଥିଲେ । ତାଙ୍କୁ ଆଉ ଟିକେଟ୍ ମଧ୍ୟ ଦେଇ ନ ଥିଲା ବିଜେଡି ।

ଗତବର୍ଷ ସେ ବିଜେପିରେ ଯୋଗ ଦେଇଥିଲେ। ତାଙ୍କୁ ପରିଚିତି ଦେଇଥିବା ବିଜେଡି ବିରୋଧରେ ବିଷୋଦଗାର କରିଥିଲେ। ହେଲେ ବିଜେପି ଶିବିରକୁ ଯିବା ପରେ ସେ ଚଳିତ ପଂଚାୟତ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ । ହିନ୍ଦୋଳ ବ୍ଲକର ଗିରିଧାରି ପ୍ରସାଦ ପଂଚାୟତରୁ ସମିତି ସଭ୍ୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ ବି ପରାଜିତ ହୋଇଛନ୍ତି ଅଞ୍ଜଳି । କୁହାଯାଉଛି ସମିତି ସଭ୍ୟା ଭାବେ ଜିତି ବ୍ଲକ ଅଧ୍ୟକ୍ଷ ପଦ ହାତେଇବାକୁ ଆଶାୟୀ ଥିଲେ ଅଞ୍ଜଳି ବେହେରା । ହେଲେ ସେହି ସ୍ୱପ୍ନ ଧୁଳିସାତ ହୋଇଯାଇଛି ।ନିର୍ବାଚନ ପୂର୍ବରୁ ଅଞ୍ଜଳି କହିଥିଲେ ଯେ, ଲୋକଙ୍କ ସେବା କରିବାକୁ ସେ ୨୦୨୪ ଯାଏଁ ଅପେକ୍ଷା କରିପାରିବେ ନାହିଁ । ତେଣୁ ପଂଚାୟତ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରି ନିଜ ନିର୍ବାଚନୀ କ୍ଷେତ୍ରର ଲୋକଙ୍କ ସେବା କରିବାକୁ ଯୋଜନା କରିଥିଲେ ପୂର୍ବତନ ମନ୍ତ୍ରୀ ।

Leave A Reply

Your email address will not be published.