ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ପରଲୋକ ଘଟିଛି। ଆଜି ସକାଳ ୯ଟା ୩୦ରେ ତାଙ୍କର ପରଲୋକ ହୋଇଥିବା ନେଇ ତାଙ୍କ ଝିଅ ଅନୀତା ଶୁଭଦର୍ଶିନୀ ସୂଚନା ଦେଇଛନ୍ତି । ରାମକୃଷ୍ଣ ୨୦୦୦ରୁ ୨୦୦୨ ଯାଏ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଥମ ପାଳିରେ ଅର୍ଥମନ୍ତ୍ରୀ ରହିଥିଲେ । ସେ ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୋଦଳା ବିଧାନସଭା ଆସନରୁ ଛଅ ଛଅ ଥର ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ । ୧୯୭୧ ମସିହାରେ ପ୍ରଥମେ ଉତ୍କଳ କଂଗ୍ରେସ ଟିକେଟରେ ନିର୍ବାଚନ ଜିତି ବିଧାନସଭା ଆସିଥିଲେ । ୧୯୭୭-୧୯୮୦ ଯାଏ ଜନତାରୁ ବିଧାୟକ ହୋଇଥିଲେ । ୧୯୮୫ରୁ କ୍ରମାଗତ ତିନି ଥର ୨୦୦୦ ମସିହା ଯାଏ ଜନତା ଦଳ ଟିକେଟରେ ବିଧାୟକ ହୋଇଥିଲେ ରାମକୃଷ୍ଣ ପଟ୍ଟନାୟକ ।

ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ ମନ୍ତ୍ରୀ ଥିଲେ । ୨୦୦୦ ମସିହାରେ ନବୀନ ପଟ୍ଟନାୟକ ସରକାରରେ ବି ମନ୍ତ୍ରୀ ଥିଲେ ରାମକୃଷ୍ଣ ପଟ୍ଟନାୟକ । ବିଭିନ୍ନ ସରକାରରେ ସେ ଥିଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସମେତ ଅର୍ଥ, ଗ୍ରାମାଞ୍ଚଳ ବିକାଶ, କୃଷି, ଯୋଜନା ଓ ସମନ୍ୱୟ ମନ୍ତ୍ରୀ । ୧୯୯୮ ଫେବ୍ରୁଆରୀରୁ ନଭେମ୍ବର ଯାଏ ସେ  ବିଧାନସଭାରେ ବିରୋଧୀ ଦଳ ନେତା ଥିଲେ ।

Leave A Reply

Your email address will not be published.