ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଅକ୍ସିଜେନ ସପୋର୍ଟରେ ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ; ସୋସିଆଲ ମିଡିଆରେ କଲେ ପୋଷ୍ଟ

ନୂଆଦିଲ୍ଲୀ: ଆଇପିଏଲର ପୂର୍ବତନ ଚେୟାରମ୍ୟାନ ଲଳିତ ମୋଦୀ ଅସୁସ୍ଥ । କରୋନା ସଂକ୍ରମଣ ଓ ନିମୋନିଆ ଦ୍ୱାରା ଆକ୍ରାନ୍ତ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଓ ସେ ଏବେ ଅକ୍ସିଜେନ ସପୋର୍ଟରେ ଅଛନ୍ତି । ଲଳିତ ମୋଦୀ ଏନେଇ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ତାଙ୍କ ଅସୁସ୍ଥତା ନେଇ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଦୁଃଖକୁ ବୟାନ କରିଛନ୍ତି । ଲଳିତଙ୍କ ଅସୁସ୍ଥତା ଖବର ଆସିବା ପରେ ତାଙ୍କ ଆସୁ ଆରୋଗ୍ୟ କାମନା କରୁଛନ୍ତି ଫ୍ୟାନ୍ସ ।

ଟୁଇଟ୍‌ କରି ସେ ଲେଖିଛନ୍ତି କି, ଇନ୍‌ଫ୍ଲୁଏଞ୍ଜା ଏବଂ ଖୁବ୍‌ ଜୋର୍‌ ନିମୋନିଆ ସହିତ ୨ ସପ୍ତାହରେ ଦୁଇଥର କୋଭିଡ୍‌ ଦ୍ୱାରା ଆକ୍ରାନ୍ତ ହୋଇଥିଲେ । ଦୁଇ ଜଣ ଡାକ୍ତର ଏବଂ ତାଙ୍କ ପୁଅ ସହାୟତାରେ ତାଙ୍କୁ ଲଣ୍ଡନ ଅଣାଯାଇଥିଲା । ବର୍ତ୍ତମାନ ସେ ୨୪ ଘଣ୍ଟା ଅକ୍ସିଜେନ ସପୋର୍ଟରେ ଅଛନ୍ତି ।

Leave A Reply

Your email address will not be published.