ଭିଜିଲାନ୍ସ ଜାଲରେ ବନ କର୍ମଚାରୀ: ଗାଁକୁ ଯାଉଥିବା ବେଳେ ରାତିଅଧିଆ ମାଡିବସିଲା ଭିଜିଲାନ୍ସ

କଳାହାଣ୍ଡି: ଭିଜିଲାନ୍ସ ଜାଲରେ ବନ କର୍ମଚାରୀ । କଳାହାଣ୍ଡି ଭବାନୀପାଟଣାରେ ରାତିଅଧିଆ ଭିଜିଲାନ୍ସ ରେଡ । ସଗଡା ବନବିଭାଗର ଫରେଷ୍ଟର ଯୋଗେନ୍ଦ୍ର ମାଝୀ ୨ ଲକ୍ଷ ନେଇ ନିଜ ଗାଁକୁ ଯାଉଥିଲେ । ଭବାନୀପାଟଣା ଇରିଗେଶନ ଛକ ଠାରେ କଳାହାଣ୍ଡି ମାଲନକାନଗିରି ଓ କୋରାପୁଟ ଭିଜିଲାନ୍ସ ଟିମ ଖବର ପାଇ ଏକାକାଳୀନ ଚଢ଼ାଉ କରିଥିଲେ । ଫଳରେ ଫରେଷ୍ଟର ମାଝୀଙ୍କ ଠାରୁ ୨ଲକ୍ଷ ଜବତ କରି ଭବାନୀପାଟଣା ଭିଜିଲାନ୍ସ ଅଫିସକୁ ଆଣି ପଚରା ଉଚରା ଜାରି ରଖିଛି। ପୂର୍ବରୁ ମଧ୍ୟ ତାଙ୍କ ନାଁ ରେ ବିଭିନ୍ନ ଅଭିଯୋଗ ଥିବା ସୂଚନା ମିଳିଛି।

Leave a comment