ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ମନରେଗା ବିଲ୍‌ ପାଇଁ ଶ୍ରମିକଙ୍କଠୁ ଫରେଷ୍ଟର ନେଉଥିଲେ ୧.୩୦ ଲକ୍ଷ ଲାଞ୍ଚ, ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର : ଭିଜିଲାନ୍ସ ଜାଲରେ ଫରେଷ୍ଟର । ମନରେଗା ବିଲ୍‌ ପାଇଁ ଶ୍ରମିକଙ୍କଠୁ ୧ ଲକ୍ଷ ୩୦ ହଜାର ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ସିନ୍ଧିକେଲା ଫରେଷ୍ଟ ବିଟ୍‌ର ଫରେଷ୍ଟର ହରିହର ସ୍ୱାଇଁ ଭିଜିଲାନ୍ସ ପଞ୍ଝାରେ ପଡ଼ିଛନ୍ତି ।

ଖବର ଅନୁଯାୟୀ ବନ ବିଭାଗ ଅଧୀନରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କାମରେ ନିୟୋଜିତ ଜଣେ ଶ୍ରମିକଙ୍କ ଠାରୁ ଲାଞ୍ଚ ନେଉଥିଲେ ଫରେଷ୍ଟର। ମନରେଗା ବିଲ୍‌ ପାଇଁ ଶ୍ରମିକଙ୍କଠୁ ୧ ଲକ୍ଷ ୩୦ ହଜାର ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଫରେଷ୍ଟର ହରିହର ସ୍ୱାଇଁଙ୍କ ଠାରୁ ସମସ୍ତ ଲାଞ୍ଚ ଟଙ୍କା ସିଜ୍ କରିଛି ଭିଜିଲାନ୍ସ । ସମ୍ବଲପୁର ଭିଜିଲାନ୍ସରେ ମାମଲା ରୁଜୁ ହୋଇଥିବା ବେଳେ, ହରିହର ସ୍ୱାଇଁଙ୍କ ବିରୋଧରେ ଚାଲିଛି ତଦନ୍ତ ।ତେବେ ଶ୍ରମିକଙ୍କ ଠାରୁ କେବଳ ଲକ୍ଷେ ଟଙ୍କା ନା ଆଉ କେତେ ଟଙ୍କା ନେଇଛନ୍ତି କି ଆଗକୁ ନେବାର ଥିଲା । ସେନେଇ ତନାଘନା କରୁଛି ଭିଜିଲାନ୍ସ ଟିମ୍‌ । ଘଟଣାର ପୁରା ତଦନ୍ତ ପରେ ହିଁ ପ୍ରକୃତ କଥା ସାମ୍ନାକୁ ଆସିବ ବୋଲି ଭିଜିଲାନ୍ସ ଟିମ୍‌ କହିଛି ।

Leave A Reply

Your email address will not be published.