ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନିଆଁ ଲିଭାଇବା ବେଳେ ଅଘଟଣ, ଜଳିଗଲେ ବନକର୍ମଚାରୀ

କରଞ୍ଜିଆ: ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ ଜଡିବିଲ ଜଙ୍ଗଲରେ ରବିବାର ଏକ ଅଘଟଣ ଘଟିଛି । ନିଆଁ ଲିଭାଉଥିବା ଥିବା ବେଳେ ଜଙ୍ଗଲ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ କର୍ମଚାରୀ ପୋଡି ହୋଇଯାଇଥିବା ଜଣାପଡ଼ିଛି। ମୃତକ ଜଣଙ୍କ ହେଉଛନ୍ତି ଠାକୁରମୁଣ୍ଡା ଥାନା ଜଡିବିଲ ଗାଁର ଯଦୁମଣି ମହାନ୍ତ ।

ସୂଚନା ଅନୁଯାୟୀ, ଜଡିବିଲ ଜଙ୍ଗଲ ନିକଟରେ ନୂତନ ଚାରା ଗଛ ଲଗାଯାଇଥିଲା। ଚାରାଗୁଡିକର ସୁରକ୍ଷା ଦାୟିତ୍ବରେ ଥିଲେ ସେହି ଗାଁର ଯଦୁମଣି ମହାନ୍ତ । ତେବେ ରବିବାର ଦିନ ୧ ଟା ବେଳେ ହଠାତ ସେହି ଜଙ୍ଗଲରେ ନିଆଁ ଲାଗି ଯାଇଥିଲା।  ସେ  ନିଆଁକୁ ଆୟତ୍ତ କରିବା ପାଇଁ ଯାଇ ନିଜେ ନିଆଁରେ ପୋଡି ହୋଇଯାଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଖବର ପାଇ ଠାକୁରମୁଣ୍ଡା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.