ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜଙ୍ଗଲରେ ଧନୁତୀର ଧରି ବୁଲୁଥିବା ୯ ଶିକାରୀଙ୍କୁ ଧରିଲା ବନ ବିଭାଗ

ତୁରୁମୁଙ୍ଗା: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲରେ ବାଘର ଗତିପଥ ଉପରେ ନଜର ରଖିବା ପାଇଁ ବନ ବିଭାଗ ପାଟ୍ରୋଲିଂ କରୁଥିବା ସମୟରେ ୯ ଶିକାରୀ ଧରାପଡିଛନ୍ତି। ଶିକାରୀଙ୍କ ଠାରୁ ଧନୁ ଓ ତୀର ଜବତ ହୋଇଥିବା ବେଳେ ଶିକାରୀଙ୍କୁ ଅଟକ ରଖି ତଦନ୍ତ କରୁଛି ବନ ବିଭାଗ। ପାଟଣା ରେଞ୍ଜ ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟ ଘାଟବାଲିଯୋଡି, ରୋହଣୀଦୁମା, ବଣମହୁଲଡ଼ିହା ନିକଟରୁ ଏହି ଶିକାରୀ ଧରା ପଡିଥିବା ପାଟଣା ରେଞ୍ଜର ଘାସିନାଥ ପାତ୍ର ସୂଚନା ଦେଇଛନ୍ତି। ତଦନ୍ତ ପରେ ସମସ୍ତ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ କହାଯାଇଛି। ତେବେ ଏହି ଶିକାରୀ ଙ୍କ ମଧ୍ୟରେ ୩ ନାବାଳକ ଅଛନ୍ତି।

Leave A Reply

Your email address will not be published.