ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବଜ୍ରକାପ୍ତା ଚୋରା ଚାଲାଣ ବେଳେ ୮ ଜଣଙ୍କୁ ଗିରଫ କଲା ବନ ବିଭାଗ, ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର

ଉଦ୍ଧାର ବଜ୍ରକାପ୍ତାର ମୂଲ୍ୟ ଅନ୍ତର୍ଜାତିକ ବଜାରରେ ୧.୨ କୋଟି

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବନାଞ୍ଚଳ ଅଧୀନରେ ଥିବା ପୋଟେରୁ ଅଞ୍ଚଳରୁ ବନ ବିଭାଗ ଦ୍ଵାରା ଆଜି ଏକ ବଜ୍ରକାପ୍ତା ଉଦ୍ଧାର କରାଯିବା ସହ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ଏକ ରାକେଟର ୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଛି ।

ମିଳିଥିବା ସୂଚନା ଅନୁଯାୟୀ, ମାଲକାନଗିରିରୁ କାଲିମେଳାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା କାଙ୍ଗୁରକୋଣ୍ଡା ନାଳ ନିକଟରେ ଆଜି ଏକ ବଜ୍ରକାପ୍ତାକୁ ଚୋରାରେ ବିକ୍ରି କରିବା ପାଇଁ ଗୋଟିଏ ରାକେଟର ୮ଜଣ ସଦସ୍ୟ ଉଦ୍ୟମ କରୁଥିବା ବେଳେ ବିଶେଷସୂତ୍ରରୁ ଖବର ପାଇ ବନ ବିଭାଗର ଏକ ଟିମ ଚଢାଉ କରିଥିଲା । ଏହି ଚଢଉ ସମୟରେ ରାକେଟର ୮ ଜଣ ସଦସ୍ୟଙ୍କୁ ବନ ବିଭାଗର ଟିମ କାବୁ କରି ଗିରଫ କରିବା ସହ ସେମାନଙ୍କ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଥିଲା । ଜବତ ବଜ୍ରକାପ୍ତାଟିର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ପ୍ରାୟ ୧ କୋଟି ୨୦ ଲକ୍ଷ ଟଙ୍କା ହେବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଗିରଫ ବ୍ୟକ୍ତିଙ୍କ ମଧ୍ୟରେ ପଶ୍ଚିମବଙ୍ଗ ଅଞ୍ଚଳର ଜଣେ ବ୍ୟକ୍ତି ସାମିଲ ଥିବା ବେଳେ ଜଣେ ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ଓ ଅନ୍ୟମାନେ ମାଲକାନଗିରି ଜିଲ୍ଲାର ବୋଲି ସୂଚନା ମିଳିଛି । ତେବେ ବିଲୁପ୍ତ ହେବାକୁ ଲାଗିଥିବା ବଜ୍ରକାପ୍ତାର ଅନ୍ତର୍ଜାତିକ ବଜାରରେ ମୂଲ୍ୟ ବଢୁଥିବାରୁ ଏହାକୁ ଚୋରା ଚାଲାଣ କରିବା ପାଇଁ ଅନେକ ରାକେଟ ବର୍ତ୍ତମାନ ସକ୍ରିୟ ହେଉଥିବା ବେଳେ ପୂର୍ବରୁ ଅନେକ ବଜ୍ରକାପ୍ତାକୁ ଉଦ୍ଧାର ଏବଂ ଏହାକୁ ବିକ୍ରି ପାଇଁ ଉଦ୍ୟମ କରୁଥିବା ରାକେଟକୁ ଠାବ କରିଛି ବନ ବିଭାଗ । ଆଜିର ଏହି ଚଢଉରେ କାଲିମେଳା ବନାଞ୍ଚଳର ବନପାଳ ଶିବାନନ୍ଦ ଲେଙ୍କା, ବନ କର୍ମଚାରୀ ସିଦ୍ଧାନ୍ତ ରାଉତ, ବିପୁଲ ସାନା ପ୍ରମୁଖ ସାମିଲ ଥିଲେ ।

Leave A Reply

Your email address will not be published.