ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଇଁଛ ଚୋରା ଚାଲାଣ: ବନ ବିଭାଗର ଚଢାଉ, ୧୫୦ ଜୀବନ୍ତ କଇଁଛ ଉଦ୍ଧାର

କାଲିମେଳା: ଆଗରୁ ବିଭିନ୍ନ ଜିନିଷ ଚୋରା ଚାଲାଣ ହେଉଥିବ ବେଳେ ଏବେ କଇଁଚ ଚୋରା ଚାଲାଣ ହେଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍‌ରେ ମାଲକାନଗିରି ଜିଲ୍ଲା କାଲିମେଳା ବନ ବିଭାଗ ପକ୍ଷରୁ କଇଁଛ ଚୋରାଚାଲାଣ ରାକେଟର ପର୍ଦ୍ଦାଫାସ୍‌ କରାଯାଇଛି। ଚଡ଼ାଉ ସମୟରେ ଚାଲାଣକାରୀଙ୍କ ଠାରୁ ୧୫୦ଟି ଜୀଅନ୍ତା କଇଁଛ ଉଦ୍ଧାର କରାଯାଇଥିବା ବେଳେ ୨ଟି ବାଇକ ଜବତ କରାଯାଇଛି।

ଆନ୍ଧ୍ର ଜଙ୍ଗଲରୁ କଇଁଛ ଆଣି କାଲିମେଳା ଟିଗଲ ପଞ୍ଚାୟତର ଏମପିଭି-୬୫ରେ ବିକ୍ରି ପାଇଁ ଡିଲ୍‌ ବେଳେ ଚଢାଉ କରିଥିଲା ବନ ବିଭାଗ। ଚୋରାଚାଲାଣରେ କିଛି ଆନ୍ତଃରାଜ୍ୟ ମାଫିଆ ଓ ସ୍ଥାନୀୟ ବ୍ୟବସାୟୀ ସାମିଲ ଥିବା ସନ୍ଦେହ କରାଯାଉଛି। ତେବେ ଘଟଣାସ୍ଥଳରୁ ମାଫିଆମାନେ ଫେରାର ହୋଇଯାଇଥିବା ବେଳେ ତଦନ୍ତ ଜାରି ରଖିଛି ବନ ବିଭାଗ।

Leave A Reply

Your email address will not be published.