ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଲଗାତାର ଦ୍ୱିତୀୟ ଥର ପାଇଁ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ

ଭୁବନେଶ୍ୱର: ରାଜଧାନୀର ପ୍ରତିଷ୍ଠିତ ଭୁବନେଶ୍ୱର କ୍ଲବ ସଭାପତି ଭାବେ ନିର୍ବାଚିତ ହେଲେ ଅସିତ ତ୍ରିପାଠୀ । ଲଗାତର ଦ୍ୱିତୀୟଥର ପାଇଁ ସେ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ପ୍ରତିପକ୍ଷ ସତ୍ୟପ୍ରକାଶ ନନ୍ଦଙ୍କୁ ୬୬୯ ଖଣ୍ଡ ଭୋଟରେ ହରାଇ ଅସିତ୍ ତ୍ରିପାଠୀ ବିଜୟୀ ହୋଇଛନ୍ତି । ଅସିତ ତ୍ରିପାଠୀ ୮୫୮ ଖଣ୍ଡ ଭୋଟ ପାଇଥିବାବେଳେ ତାଙ୍କ ପ୍ରତିଦ୍ବନ୍ଦୀ ସତ୍ୟପ୍ରକାଶଙ୍କୁ ମିଳିଛି ୧୮୯ ଖଣ୍ଡ ଭୋଟ । ଅସିତ୍ ୮୧ ଦଶମିକ ୫ ପ୍ରତିଶତ ଭୋଟ୍ ପାଇଛନ୍ତି । ତାଙ୍କ ସହ ତାଙ୍କ ପ୍ୟାନେଲ ମଧ୍ୟ ନିର୍ବାଚନରେ ବାଜିମାତ୍ କରିଛନ୍ତି ।

ସେହିପରି ମହେନ୍ଦ୍ର ଗୁପ୍ତା କ୍ଲବର ଉପସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ୭୨୨ ଖଣ୍ଡ ଭୋଟ ପାଇ ଦିଲ୍ଲୀପ ରାଉତରାୟ ସମ୍ପାଦକ ହୋଇଥିବା ବେଳେ, ଅଶୋକ ମିଶ୍ର ଯୁଗ୍ମ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । କ୍ଲବରେ ଥିବା ୧୯୩୬ ଭୋଟରଙ୍କ ମଧ୍ୟରୁ ୧୦୫୩ ଜଣ ମତଦାନ ସାବ୍ୟସ୍ତ କରିଥିଲେ । ସୂଚନାଥାଉ କି, ଆଇଏଏସ ଅସିତ ତ୍ରିପାଠୀ ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଅଛନ୍ତି ।

Leave A Reply

Your email address will not be published.