ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର; ଆଉ ୩ ମାସ ମିଳିବ ମାଗଣା ଚାଉଳ

ଭୁବନେଶ୍ବର: ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଉ ତିନି ମାସ ପାଇଁ ମାସିକ ମୁଣ୍ଡପିଛା ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ଏହି ତିନି ମାସ ପାଇଁ ହିତାଧିକାରୀମାନେ ମୁଣ୍ଡପିଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ ।

Leave A Reply

Your email address will not be published.