ରଙ୍ଗର ପର୍ବ ହୋଲି ଖେଳିବା ସମୟରେ ଅବଲମ୍ବନ କରନ୍ତୁ ଏହିସବୁ ସତର୍କତା..

ହୋଲି ଖେଳିବା ସମୟରେ ଟିକିଏ ଅସାବଧାନତା ଅନେକ ସମସ୍ୟାର କାରଣ ପାଲଟେ। ତେଣୁ ହୋଲି ଖେଳିବା ସମୟରେ ନିମ୍ନ ପ୍ରଦତ୍ତ କିଛି ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ।

  • ପ୍ରାକୃତିକ ରଙ୍ଗରେ ହୋଲି ଖେଳିବା ପାଇଁ ଚେଷ୍ଟା କରନ୍ତୁ । ଏହା ଦ୍ବାରା ଚର୍ମ ଏବଂ କେଶ ସୁରକ୍ଷିତ ରହିଥାଏ।
  • ଘରେ ପ୍ରାକୃତିକ ରଙ୍ଗ ପ୍ରସ୍ତୁତ କରି ନ ପାରିଲେ ବଜାରେ ଉପଲବ୍ଧ ହର୍ବାଲ ରଙ୍ଗ କିଣି ତାହାକୁ ବ୍ୟବହାର କରନ୍ତୁ।
  • ହୋଲି ଖେଳିବା ପୂର୍ବରୁ ପୂରା ଶରୀର, ମୁହଁରେ ମଏଶ୍ଚରାଇଜର୍‌ ଓ ନଡ଼ିଆ ତେଲ ଲଗାନ୍ତୁ। କେଶରେ ମଧ୍ୟ ତେଲ ଲଗାନ୍ତୁ। ଏହାଦ୍ବାରା ଗାଢ଼ ରଙ୍ଗ ସହଜରେ ଶରୀରରୁ ଛାଡ଼ି ଯାଇଥାଏ।
  • ହୋଲିରେ ଡେନିମ୍ ଜିନ୍ସ, ଜ୍ୟାକେଟ୍ ପିନ୍ଧନ୍ତୁ, ଯାହା ଫଳରେ କଳା, ସବୁଜ, ନୀଳ, ବାଇଗଣୀ ଭଳି ଉଜ୍ଜ୍ୱଳ ଓ ଗାଢ଼ ରଙ୍ଗ କପଡ଼ାରେ ସହଜରେ ଲାଗି ନ ଥାଏ।
Leave a comment