ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ, ଘରେ ପଶିଲା ବନ୍ଯା ପାଣି

କେନ୍ଦ୍ରାପଡ଼ା: ରାଜ୍ଯରେ ବିଭିନ୍ନ ସ୍ଥାନରେ ବନ୍ୟା ସ୍ଥିତି ଗମ୍ଭୀର ରହିଛି । ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଲୋକେ ଜଳବନ୍ଦୀ ହୋଇ ରହିଛନ୍ତି । କିଛି ସ୍ଥାନରେ ଘରେ ଘରେ ପଶିଛି ବନ୍ୟାଜଳ । ଅନ୍ଯପଟେ, ଉଛୁଳୁଛି କରାଣ୍ଡିଆ ନଦୀ । କେନ୍ଦ୍ରାପଡ଼ାର ୨ଟି ବ୍ଲକରେ ଘାଇ ହୋଇଥିବା ଜଣାପଡ଼ିଛି।ମାର୍ଶାଘାଇ ବ୍ଲକ ବଳରାମପୁର ଘେରି ବନ୍ଧ ଭାଙ୍ଗି ବନ୍ଯା ପାଣି  ଘରେ ପଶିଛି। ଅବଳରାମପୁର ଗାଁ ସମ୍ପୂର୍ଣ୍ଣ ଭାବେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ସେହିପରି, ଗରଦପୁର ବ୍ଲକ୍ ହୁରାସାହି, ଶିଶୁଆ, ସିକିଲୋ ଗାଁ ପାଣି ଘେରରେ ରହିଛନ୍ତି। ଲୋକେ ଦରକାରୀ କାଗଜପତ୍ର ନେଇ ସ୍କୁଲ ଘରକୁ ଯାଉଥିବା ଚିତ୍ର ସାମ୍ନାକୁ ଆସିଛି।

Leave A Reply

Your email address will not be published.