ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ: ଭାରତରୁ ମଶାରି କିଣିବ ପାକିସ୍ତାନ

ନୂଆଦିଲ୍ଲୀ: ଭାରତରୁ ମଶାରି କିଣିବ ପାକିସ୍ତାନ। ବନ୍ୟା ପରେ ପାକିସ୍ତାନକୁ ଘାରିଛି ମ୍ୟାଲେରିଆ ଭୟ ।  ଏଥିପାଇଁ ଭାରତରୁ ପ୍ରାୟ ୬୦ ଲକ୍ଷ ମଶାରୀ କିଣିବ ପାକିସ୍ତାନ।

ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାରତରୁ ୬୦ ଲକ୍ଷ ମଶାରୀ କିଣିବାକୁ ଅନୁମୋଦନ କରିଛି। ଆଉ ଆସନ୍ତା ମାସ ସୁଦ୍ଧା ଏସବୁ ମଶାରୀ ୱାଘା ସୀମା ଦେଇ ପାକିସ୍ତାନକୁ ଯିବ ବୋଲି ଆଶା କରାଯାଉଛି। ପାକିସ୍ତାନରେ ବର୍ଷା ଓ ପ୍ରବଳ ବନ୍ୟା ଯୋଗୁଁ ୧୭୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୩ କୋଟିରୁ ଅଧିକ ଲୋକ ବାସହୀନ ହୋଇପଡିଛନ୍ତି। ଆଉ ବନ୍ୟା ପରେ ସେପ୍ଟେମ୍ବରରେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାବନୀ ଦେଇଥିଲା ଯେ ବନ୍ୟା ଯୋଗୁଁ ମ୍ୟାଲେରିଆ ଭଳି ରୋଗର ବୃଦ୍ଧି ଅନ୍ୟ ଏକ ବିପର୍ଯ୍ଯୟର କାରଣ ହୋଇପାରେ।

ପାକିସ୍ତାନର ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ ଦେଶର ୩୨ ବନ୍ୟା ପ୍ରଭାବିତ ଜିଲ୍ଲାରେ ମ୍ୟାଲେରିଆ ଦ୍ରୁତ ଗତିରେ ବ୍ୟାପିଛି ଯେଉଁଠାରେ ହଜାର ହଜାର ଶିଶୁ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଛନ୍ତି। ଏହା ପରେ ପାକିସ୍ତାନ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଗତ ମାସରେ ଭାରତରୁ ମଶାରୀ କିଣିବା ପାଇଁ ପଦକ୍ଷେପ ନେଇଥିଲା।

Leave A Reply

Your email address will not be published.