ଆସିଲା ବନ୍ୟା କ୍ଷୟକ୍ଷତି ରିପୋର୍ଟ : ପ୍ରଭାବିତ ହୋଇଛନ୍ତି ୨୪ଟି ଜିଲ୍ଲାର ଚାଷୀ, ୧୦ଟି ଜିଲ୍ଲାରେ ଅଧିକ କ୍ଷତି

ଭୁବନେଶ୍ବର : ରାଜ୍ୟରେ କେତେ କ୍ଷୟକ୍ଷତି କରିଛି ବନ୍ୟା । ଏନେଇ ଆସିଛି ବନ୍ୟା କ୍ଷୟକ୍ଷତି ରିପୋର୍ଟ। ଜିଲ୍ଲା ପ୍ରଶାସନ ରାଜସ୍ବ ବିଭାଗକୁ ପ୍ରଦାନ କରିିଥିବା କ୍ଷୟକ୍ଷତି ରିପୋର୍ଟ ଅନୁସାରେ ଚଳିତ ବନ୍ୟା ଓ ବର୍ଷାରେ ୨୪ ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଛନ୍ତି।

ଚଳିତ ବନ୍ୟା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବନ୍ୟା ଓ ବର୍ଷାରେ ୨୪ଟି ଜିଲ୍ଲାର ଚାଷୀ ପ୍ରଭାବିତ ହୋଇଥିବା ବେଳେ ୧୦ଟି ଜିଲ୍ଲା ଚାଷୀଙ୍କର ଅଧିକ କ୍ଷୟକ୍ଷତି ହୋଇଛି। ଜଗତସିଂହପୁର, କେନ୍ଦ୍ରାପଡା ଓ ପୁରୀ ଜିଲ୍ଲାରେ ଅଧିକ ଚାଷ ଜମି କ୍ଷତି ହୋଇଛି। ଜଗତସିଂହପୁରରେ ସର୍ବାଧିକ ୨ ହଜାର ୪୨୦ ହେକ୍ଟର ଚାଷ ଜମି ବନ୍ୟାରେ କ୍ଷତି ହୋଇଛି।

ଏଥିସହିତ ପଢ଼ନ୍ତୁ

ଗତକାଲି କୃଷିମନ୍ତ୍ରୀ ଚାଷୀଙ୍କ କ୍ଷୟକ୍ଷତି ନେଇ ସମୀକ୍ଷା କରିଥିଲେ। କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବନ୍ୟା କ୍ଷତିଗ୍ରସ୍ତ ଜିଲ୍ଲାକୁ ଯଥାଶୀଘ୍ର ସଅଳ କିସମ ବିହନ, ସେପ୍ଟେମ୍ବର ସୁଦ୍ଧା ଡାଲିଜାତୀୟ, ଚିନାବାଦାମ ବିହନ ଯୋଗାଇବା ପାଇଁ ବିହନ ନିଗମର ପରିଚାଳନା ନିର୍ଦେଶକଙ୍କୁ ନିର୍ଦେଶ ଦେଇଛନ୍ତି।

ଖରିଫ ଫସଲ ଏବଂ ପ୍ରାଣୀଧନ ଓ ମତ୍ସ୍ୟ ସମ୍ପଦର ବନ୍ୟା ଓ ବର୍ଷା ଜନିତ କ୍ଷୟକ୍ଷତିର ସମୀକ୍ଷା ବେଳେ ଏହା କୁହାଯାଇଛି। ଏଥିରେ ହାଇବ୍ରିଡ ପରିବା, ଫୁଲକୋବି, ବନ୍ଧାକୋବି ବିହନ ଯୋଗାଇ ଦିଆଯିବା ନେଇ ଗୁରୁତ୍ବ ଦେଇଥିଲେ। କ୍ଷତିଗ୍ରସ୍ତ ଚାଷୀଙ୍କୁ ଖୁବ ଶୀଘ୍ର ଫସଲ ବୀମା ଯୋଗାଇବା ପାଇଁ ସମ୍ପୃକ୍ତ କମ୍ପାନିମାନଙ୍କ ସହିତ ଆଲୋଚନା ଲାଗି ଅଧିକାରୀଙ୍କୁ କୁହାଯାଇଥିଲା।

Leave a comment