ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଉଡାଣ ଭରିବାର କିଛି ସମୟ ପରେ ମଝି ଆକାଶରେ ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି, କଲା ଜରୁରୀ ଅବତରଣ

ନୂଆଦିଲ୍ଲୀ : ମଝି ଆକାଶରେ ବିମାନରେ ତ୍ରୁଟି। ବାଙ୍ଗାଲୋରରୁ ଲକ୍ଷ୍ନୌ ଅଭିମୁଖେ ଯାଉଥିବା ବିମାନଟିରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ, ଉଡାଣର ୧୦ ମିନିଟ୍‌ ପରେ ବିମାନଟିକୁ ଜରୁରୀ ଅବତରଣ କରାଯାଇଛି। ବାଙ୍ଗାଲୋରରୁ ଲକ୍ଷ୍ନୌକୁ ଏକ ଏୟାର ଏସିଆ ବିମାନ ଉଡ଼ାଣର ୧୦ ମିନିଟ୍‌ ପରେ ଶନିବାର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ।ଏୟାର ଏସିଆର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ,  i5-2472 ବିମାନ ବାଙ୍ଗାଲୋରରୁ ଶନିବାର ଦିନ ପ୍ରାୟ ୬.୪୫ ରେ ଉଡାଣ ଭରି ସକାଳ ୯ ଟାରେ ଲକ୍ଷ୍ନୌରେ ଅବତରଣ କରିବାର ଥିଲା। କିନ୍ତୁ ଉଡାଣ ଭରିବାର, ମାତ୍ର କିଛି ମିନିଟ୍ ପରେ ଏହାକୁ ଅବତରଣ କରିବାକୁ ପଡିଲା। ଏହି ଘଟଣାକୁ ନିଶ୍ଚିତ କରି ଜଣେ ଏୟାର ଏସିଆ ମୁଖପାତ୍ର କହିଛନ୍ତି, “ବେଙ୍ଗାଲୁରୁରୁ ଲକ୍ଷ୍ନୌ ପର୍ଯ୍ୟନ୍ତ ବିମାନ i5-2472 ଏକ ସାମାନ୍ୟ ବୌଷୟିକ ସମସ୍ୟାର ସମ୍ମୁଖୀନ ହୋଇଛି। ଏହି କାରଣରୁ ବିମାନଟିକୁ ପୁଣି ବାଙ୍ଗାଲୋରକୁ ଫେରାଇ ଅଣାଯାଇଥିଲା। ଏହାପରେ ବିମାନର ଯାତ୍ରୀମାନଙ୍କୁ ଅନ୍ୟ ବିମାନରେ ଗନ୍ତବ୍ୟସ୍ଥଳକୁ ପଠାଯାଇଛି।

Leave A Reply

Your email address will not be published.