ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଜମିବାଡ଼ି ବିବାଦରୁ ଗଣହତ୍ୟା : ବଡଭାଇର ସମ୍ପୂର୍ଣ୍ଣ ପରିବାରକୁ ସଫା କରିଦେଲା ସାନ ଭାଇ

ମାହାଙ୍ଗା: କଟକ ଜିଲ୍ଲା ମାହାଙ୍ଗା କୁସୁପୁର ଗାଁରେ ବର୍ବର ହତ୍ୟାକାଣ୍ଡ। ଜମିବାଡ଼ି ବିବାଦରୁ ନେଇ ଘଟିଯାଇଛି ଗଣହତ୍ୟା। ଜମିଜମା ବିବାଦକୁ କେନ୍ଦ୍ର କରି ୫ ଜଣଙ୍କୁ ହତ୍ୟା । ବଡ ଭାଇର ସମ୍ପୁର୍ଣ୍ଣ ପରିବାରକୁ ହତ୍ୟା କଲା ସାନ ଭାଇ।ହତ୍ୟା କରିଥିବା ନେଇ ସାନ ଭାଇ ଭିଡିଓରେ ସ୍ୱୀକାର କରିଛି । ବଡଭାଇର ସମ୍ପୂର୍ଣ୍ଣ ପରିବାରକୁ ହତ୍ୟା ପରେ ଥାନାରେ ଆତ୍ମସମର୍ପଣ କରିଛି । ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି । ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି।

ଜମିବାଡ଼ି ବିବାଦରୁ ଗଣହତ୍ୟା ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକମାନେ ହେଉଛନ୍ତି ଅଲେଖ ସାହୁ, ତାଙ୍କ ପତ୍ନୀ ଓ ତିନି ଛୁଆ। ଅଭିଯୁକ୍ତଙ୍କ ନାଁ ଶିବ ସାହୁ। ଥାନାରେ ଆତ୍ମସମର୍ପଣ କରିବା ପୂର୍ବରୁ ଅଭିଯୁକ୍ତ ଏକ ଭିଡିଓ କରିଥିଲେ। ଆଉ ଏହି ଭିଡିଓରେ ସେ ଯାହା କହିଛନ୍ତି, ସେଥିରୁ ସ୍ପଷ୍ଟ ହୋଇଛି ଯେ ପାରିବାରିକ କଳହ ଯୋଗୁ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

ବଡ ଭାଇର ପରିବାରର ସମସ୍ତଙ୍କୁ ହତ୍ୟା କରିବା ପରେ ତେବେ ସାନଭାଇ ଭିଡିଓରେ ନିଜେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି । ସେ କହିଛି, ପାରିବାରିବ କଳହ ସକାଶେ ମୋ ଭାଇ ଆଉ ମୋ ଭିତରେ ତିକ୍ତତା ଲାଗି ରହିଥିଲା । ତେଣୁ ସେମାନେ ମୋତେ ବହୁତ ହଇରାଣ ହରକତ କରୁଥିଲେ । କେବଳ ସେତିକି ନୁହେଁ, ଗତକାଲି ରାତିରେ ବଡଭାଇ, ଭାଉଜ ଏବଂ ତାର ପିଲାମାନେ ମୋତେ ମିଶିକି ମାରିଥିଲେ । ତେଣୁ ମୁଁ ମୋ ମାନସିକ ସ୍ଥିତି ହରାଇ ବସିଲି । ମୁଁ ବି ରାଗିକି ସେମାନଙ୍କୁ ଜୀବନରୁ ମାରିଦେଇଛି । ଆଇନ୍ ଯାହା ଦଣ୍ଡ ଦେବ ମୁଁ ତାକୁ ଗ୍ରହଣ କରିବି ।

Leave A Reply

Your email address will not be published.