ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀକାକୁଲମ୍‌ରେ ଭୟାବହ ଟ୍ରେନ୍‌ ଦୁର୍ଘଟଣା, କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ମୃତ

ବିଶାଖାପଟନମ୍: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ୍ ଜିଲ୍ଲାରେ ମର୍ମନ୍ତୁଦ ରେଳ ଦୁର୍ଘଟଣା। କୋଣାର୍କ ଏକ୍ସପ୍ରେସ ଧକ୍କାରେ ୫ ଜଣଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡିଛି। ଭୁବେନଶ୍ୱରରୁ ମୁମ୍ୱାଇ ଅଭିମୁଖେ ଯାଉଥିଲା କୋଣାର୍କ ଏକ୍ସପ୍ରେସ । ଟ୍ରେନ ଲାଇନରେ ବୁଲୁଥିବା ବେଳେ ଲୋକଙ୍କ ଚଢିଯାଇଥିଲା କୋଣାର୍କ ଏକ୍ସପ୍ରେସ।

ସୂଚନା ଅନୁଯାୟୀ, କୋଏମ୍ବାଟୁର-ସିଲଚର ଏକ୍ସପ୍ରେସ ଟ୍ରେନ୍‌ ଗୌହାଟି ଅଭିମୁଖେ ଯାତ୍ରା କରୁଥିଲା। ବିଶାଖାପାଟଣା-ପଲାସା ମୁଖ୍ୟ ଲାଇନର ସିଗାଡ଼ାମ-ଚିପୁରୁପଲ୍ଲୀ ଷ୍ଟେସନ ମଝିରେ ୧୨୫୧୫ ନମ୍ବର ସିଲଚର-କୋଇମ୍ବାଟୁର ଏକ୍ସପ୍ରେସ୍ ଟ୍ରେନର ଚେନ୍ ପୁଲିଂ କରି କିଛି ଯାତ୍ରୀ ଟ୍ରେନରୁ ଓହ୍ଲାଇ ପଡ଼ି ରେଳ ଧାରଣା ପାର ହେଉଥିଲେ। ଏହି ସମୟରେ ଉକ୍ତ ଧାରଣାରେ ଆସୁଥିବା ଭୁବନେଶ୍ବର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍ ସେମାନଙ୍କ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିଲେ। ଆହତ ବ୍ୟକ୍ତିଙ୍କୁ କୋଣାର୍କ ଏକ୍ସପ୍ରେସରେ ଶ୍ରୀକାକୁଲମ୍ ରୋଡ୍ ଷ୍ଟେସନକୁ ନିଆଯାଇ ସେଠାରୁ ଏକ ଆମ୍ବୁଲାନ୍ସରେ ଡାକ୍ତରଖାନା ଅଣାଯାଇଛି।

ଶ୍ରୀକାକୁଲମ ଏସ୍‌ପି ଜି. ଆର ରାଧିକାଙ୍କ କହିବା ମୁତାବିକ, ଏ ପର୍ୟ୍ୟନ୍ତ ଏହି ଦୁର୍ଘଟଣାର ଶିକାର ହୋଇଥିବା ସମସ୍ତ ମୃତଦେହ ଜବତ ସହ ସେମାନଙ୍କ ଚିହ୍ନଟ କରାଯାଇଛି। ସମସ୍ତ ମୃତଦେହକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଣାଯାଇଥିବା ବେଳେ ସେଠାରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ପୁଲିସ୍‌ ଓ ରେଲୱେ ଟିମ୍‌ ଘଟଣାର ତଦନ୍ତ କରୁଛନ୍ତି। ଯାତ୍ରୀ ଟ୍ରାକ୍‌ ପାର୍‌ ହେବାକୁ ଉଦ୍ୟମ କରି ନ ଥିଲେ ହୁଏତ ଏହି ଅଘଟଣ ଘଟି ନ ଥାନ୍ତା ବୋଲି ରେଲୱେ ଟିମ୍‌ କହିଛି।

Leave A Reply

Your email address will not be published.