ରାସ୍ତା ଉପରେ ଖେଳୁଥିଲେ ୫ ଭାଲୁ ଛୁଆ, ଖବର ପାଇ ଉଦ୍ଧାର କଲା ପିସିଆର

ଭୁବନେଶ୍ବର: ଖୋର୍ଦ୍ଧା ପିତାପଲ୍ଲୀ ନିକଟରୁ ୫ଟି ଭାଲୁ ଛୁଆ ଗୁରୁବାର ଉଦ୍ଧାର ହୋଇଛନ୍ତି। ଏହି ୫ ଭାଲୁ ଛୁଆକୁ ସ୍ଥାନୀୟ ଲୋକମାନେ ରାସ୍ତା ଉପରେ ଖେଳୁଥିବାର ଦେଖି ପିସିଆରକୁ ଖବର ଦେଇଥିଲେ। ଚନ୍ଦକା ଥାନାର ପିସିଆର ଖବର ପାଇବାପରେ ଭାଲୁକୁ ଉଦ୍ଧାର କରିଥିବା ଜଣାପଡିଛି। ବହୁ ସମୟ ପରେ ମଧ୍ୟ ସ୍ଥାନୀୟ ଲୋକ ମା’ ଭାଲୁକୁ ଦେଖିବାକୁ ପାଇ ନ ଥିଲେ।
ଅଧିକ ପଢନ୍ତୁ
ଏଥିସହିତ ପଢ଼ନ୍ତୁ
ସୂଚନା ଅନୁଯାୟୀ, ପ୍ରଥମେ ଭାଲୁ ଛୁଆମାନଙ୍କୁ ଓୟୁଏଟି ନିଆଯାଇ ସ୍ବାସ୍ଥ୍ୟ ପରୀକ୍ଷା କରିବା ପରେ ନନ୍ଦନକାନନ ନିଆଯିବ ବୋଲି ସୂଚନା ମିଳିଛି। ତେବେ ଏହି ଭାଲୁ ଛୁଆ କେଉଁ ଅଞ୍ଚଳରୁ ଆସିଛନ୍ତି ତାହା ଜଣାପଡ଼ିନାହିଁ।