ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ବିଧାନସଭାରେ ଉପସ୍ଥାପିତ ହେଲା ୨୦୨୧-୨୨ ବର୍ଷର ଅତିରିକ୍ତ ବଜେଟ୍, ପଞ୍ଚାୟତିରାଜ ବିଭାଗ ପାଇଁ ସର୍ବାଧିକ ବ୍ୟୟ ବରାଦ

ଭୁବନେଶ୍ବର : ବିଧାନସଭାର ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୧୯ ହଜାର ୮୩୩ କୋଟି ଟଙ୍କାର ପ୍ରଥମ ଅତିରିକ୍ତ ବଜେଟ୍ । ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଛନ୍ତି । ୨୦୨୧-୨୨ ଆର୍ଥିକ ବର୍ଷର ଅତିରିକ୍ତ ବଜେଟରେ ସ୍ୱାସ୍ଥ୍ୟ, ପାନୀୟଜଳ ଓ ଶିକ୍ଷା ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି।

ଅତିରିକ୍ତ ବଜେଟରେ ପଞ୍ଚାୟତିରାଜ୍‌ ବିଭାଗ ପାଇଁ ସର୍ବାଧିକ ୨୬ ପ୍ରତିଶତ ଅର୍ଥାତ ୩,୬୨୪ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ସ୍ୱାସ୍ଥ୍ୟ ପାଇଁ ୨୩୧୦ କୋଟି ଟଙ୍କା, ଶକ୍ତି ବିଭାଗ ପାଇଁ ୨୧୪୩ କୋଟି ବ୍ୟୟବରାଦ ହୋଇଛି। ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ୧ ହଜାର ୬୦୫ କୋଟି, କୃଷି ପାଇଁ ୧୭୬,ଅର୍ଥ ବିଭାଗକୁ ୨ ହଜାର ୫୧୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଖାଦ୍ୟ ଯୋଗାଣ ବିଭାଗ ପାଇଁ ୧ ହଜାର ୧୪୧ କୋଟି, ବିପ ର୍ୟ୍ୟୟ ପରିଚାଳନା ପାଇଁ ୧ ହଜାର ୬୮୪ କୋଟି , ସମବାୟ ବିଭାଗ ପାଇଁ ୫୫୩ କୋଟି, ଗ୍ରାମ୍ୟ ଉନ୍ନୟନ ପାଇଁ ୫୭୭ କୋଟି ବ୍ୟୟବରାଦ କରାଯାଇଛି ।

ଚଳିତ ବଜେଟରେ ଏଥର ଫୋକସରେ ରହିଛି ପଞ୍ଚାୟତରାଜ ଓ ଶକ୍ତି ବିଭାଗ । ଏଥିରେ ରାଜ୍ୟ ସରକାର ପ୍ରଶାସନିକ ବ୍ୟୟ ବରାଦ ୪୫୭୭ କୋଟି ରଖିଥିବାବେଳେ ରାସ୍ତା ଓ ସେତୁର ମରାମତି ଓ ରକ୍ଷାଣବେକ୍ଷଣ ପାଇଁ ୨୪୧ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।ଏହାସହ ଜିଲ୍ଲା ପରିଷଦ ନିର୍ବାଚନ ନିମନ୍ତେ ୮.୪୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିପରି ବିପର୍ୟ୍ୟୟ ପ୍ରଶମନ ପାଣ୍ଠି ପାଇଁ ୧୬୮୨ କୋଟି ଏବଂ ରାଜ୍ୟ ବଜେଟରୁ ସ୍ଥାନାନ୍ତର ହୋଇଛି ୬ କୋଟି । ତେବେ ମୋଟ ୧୯, ୮୩୩ କୋଟି ଅତିରିକ୍ତ ବଜେଟ ପାଇଁ ପାଣ୍ଠି ବରାଦ ହୋଇଛି ।

 

Leave A Reply

Your email address will not be published.