୪୦ ହଜାର କୋଟି ଟଙ୍କା ଖର୍ଚ୍ଚ କରି ପୃଥିବୀକୁ ଜହ୍ନ ଓହ୍ଲାଇ ଆଣିବ ଦୁବାଇ, ୪୮ ମାସ ଲାଗିବ ସମୟ
ନୂଆଦିଲ୍ଲୀ : ମଧ୍ୟ ପ୍ରାଚ୍ୟର ଦେଶଗୁଡିକର ସହର ଗୁଡିକ ନିଜର ନୂଆନୂଆ ଦୁଃଶାହସିକ କାର୍ଯ୍ୟ ସହିତ ବିଶ୍ୱକୁ ବିସ୍ମିତ କରିବାରରେ ଲାଗିଛନ୍ତି। ଅଭିନବ…ଆକର୍ଷଣୀୟ… ଅଦ୍ୱିତୀୟ ଅଟ୍ଟାଳିକା ମାନ ତିଆରି କରି ସମଗ୍ର ବିଶ୍ବକୁ ଚକିତ କରିବା ସହ ନିଜ ଆଡକୁ ଆକର୍ଷିତ କରୁଛନ୍ତି। ଏପରି ସହର ମଧ୍ୟରେ ଦୁବାଇ ଅନ୍ୟତମ। ବିଶ୍ୱର ସବୁଠୁ ବଡ଼ ଅଟ୍ଟାଳିକା ବୁର୍ଜ ଖଲିଫା ସହ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର୍ ପରେ ଏବେ ଆଉ ଗୋଟେ ଦୁଃଶାହସିକ କାର୍ଯ୍ୟ ସହିତ ବିଶ୍ୱକୁ ବିସ୍ମିତ କରାଇବା ପାଇଁ ପ୍ଲାନିଂ କରୁଛି ଦୁବାଇ।
ବୁର୍ଜ ଖଲିଫା ଦୁବାଇର ମରୁଭୂମିରେ ଏହା ବିଶ୍ୱର ସବୁଠାରୁ ଉଚ୍ଚତମ କୋଠା ଅଟେ । ଏହି କୋଠାର ଉଚ୍ଚତା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥାନ୍ତି । ଏଥି ସହିତ, ବର୍ତ୍ତମାନ ଦୁବାଇ ପୁଣି ଥରେ ବିଶ୍ୱକୁ ଆଶ୍ଚର୍ଯ୍ୟ କରାଇବାକୁ ଯାଉଛି, କାରଣ ଏହି ଦେଶ ନିଜ ମାଟିରେ ଚନ୍ଦ୍ର ଅବତରଣ କରିବାକୁ ପ୍ରସ୍ତୁତି ଚଳାଇଛି ।ଦୁବାଇ ଏବେ ନିଜର ଜହ୍ନ ନିର୍ମାଣ କରିବାକୁ ଯାଉଛି। ଯାହା ଚନ୍ଦ୍ରମା ଆକାରର ଏକ ରିସୋର୍ଟ ହେବ। ଜହ୍ନ ଭଳି ରିସୋର୍ଟର ଡିଜାଇନ କାନାଡା କମ୍ପାନୀ ମୁନ୍ ୱାର୍ଲଡ ରିଜୋର୍ଟ ଇଂକ କରୁଛନ୍ତି।
ଏହି ‘ଚନ୍ଦ୍ର’ର ଆକାର ୭୩୫ ଫୁଟ ହେବ । ଏଠାରେ ଧ୍ୟାନ ଦେବା କଥା ହେଉଛି ଏହି ଚନ୍ଦ୍ର ତିଆରି କରିବା ପାଇଁ ୫ ବିଲିୟନ ଡଲାର ଖର୍ଚ୍ଚ ହେବାକୁ ଯାଉଛି । ଏହାକୁ ଭାରତୀୟ ଟଙ୍କା ସହିତ ତୁଳନା କଲେ ପ୍ରାୟ ୪୦ ହଜାର କୋଟି ଟଙ୍କା ହେବ, ଯାହାକୁ ଖର୍ଚ୍ଚ କରି ଦୁବାଇ ନିଜ ମାଟିରେ ଚନ୍ଦ୍ର ପ୍ରସ୍ତୁତ କରିବାକୁ ଯାଉଛି । ଏହା ବ୍ୟତୀତ ଏହି ବିଶାଳ ଚନ୍ଦ୍ର ତିଆରି କରିବାକୁ ୪୮ ମାସ ସମୟ ଲାଗିବ, ଅର୍ଥାତ୍ ଏହା ୪ ବର୍ଷ ମଧ୍ୟରେ ଲୋକଙ୍କ ପାଇଁ ପ୍ରସ୍ତୁତ ହୋଇଯିବ ।
ଦୁବାଇରେ ପୂର୍ବରୁ ଅନେକ ଦାମୀ ମଲ୍ ଓ ବିଳାସପୂର୍ଣ୍ଣ ଏବଂ ପର୍ଯ୍ୟଟନ ସ୍ଥାନ ଅଛି । ଯେଉଁଥିରେ ଆଟଲାଣ୍ଟିସ୍ ପାମ ଜୁମାରେହ ରହିଛି । ବର୍ତ୍ତମାନ ଏହି ଚନ୍ଦ୍ର ଏହି ବିଳାସପୂର୍ଣ୍ଣ ହୋଟେଲ ଓ ମଲ୍ ତାଲିକାରେ ମଧ୍ୟ ଯୋଡି ହେବ । ବିଶ୍ୱାସ କରାଯାଏ ଯେ ପ୍ରତିବର୍ଷ ୨୫ ଲକ୍ଷ ଲୋକ ଏହି ନୂତନ ରିସର୍ଟ ପରିଦର୍ଶନ କରିବାକୁ ଯାଉଛନ୍ତି । ଆରବୀୟ ବ୍ୟବସାୟ ସହ କଥାବାର୍ତ୍ତା ବେଳେ ଚନ୍ଦ୍ର ୱାର୍ଲ୍ଡ ରିସର୍ଟ ଇନ୍କୋ-ସହ-ପ୍ରତିଷ୍ଠାତା ମାଇକେଲ ଆର ହେଣ୍ଡରସନ କହିଛନ୍ତି, “ଦୁବାଇରେ ଚନ୍ଦ୍ର” ଥିମ୍ ଥିବା ହୋଟେଲ ସହରର ଅର୍ଥନୀତିକୁ ଅଧିକ ଜୀବନ ଦେବ । ଏହା ଆତିଥ୍ୟ, ମନୋରଞ୍ଜନ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା ଓ ମହାକାଶ ପର୍ଯ୍ୟଟନ ପରି କ୍ଷେତ୍ରକୁ ବୃଦ୍ଧି କରିବ ।
ପୂର୍ବରୁ ନିର୍ମାଣ ହୋଇଛି ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର୍
ଅନ୍ୟତମ ସମୃଦ୍ଧ ସହର ଦୁବାଇ । ସ୍ଥାପତ୍ୟ ନିର୍ମାଣ କଳା ଓ ଆଧୁନିକ ଇଞ୍ଜିନିୟରିଂର ଅଭୂତପୂର୍ବ ସମ୍ମିଶ୍ରଣ ମଧ୍ୟପ୍ରାଚ୍ୟର ଅନ୍ୟତମ ସମୃଦ୍ଧ ସହର ଦୁବାଇରେ ଖୋଲିଥିବା ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର୍ ନିର୍ମାଣକୁ କୁହାଯାଉଛି ବିଶ୍ୱର ସର୍ବାଧିକ ସୌନ୍ଦର୍ଯ୍ୟ ପୂର୍ଣ୍ଣ କୋଠା । ଆଖି ଲାଖିଯାଉଥିବା ଏହି ବିଲ୍ଡିଂର ନାଁ ମ୍ୟୁଜିୟମ୍ ଅଫ୍ ଦ ଫ୍ୟୁଚର ଅର୍ଥାତ୍ ଭବିଷ୍ୟତର ସଂଗ୍ରହାଳୟ । ବାହାରୁ ଯେମିତି ଆକର୍ଷଣୀୟ ଭିତରର ଦୃଶ୍ୟ ବି ଅବିଶ୍ୱସନୀୟ ।
ସୌର ଜଗତ ଠାରୁ ଆରମ୍ଭ କରି ସ୍ପେଶ୍ ଷ୍ଟେସନ ଏସବୁକିଛି ରହିଛି ଏହି ବିଲ୍ଡିଂ ଭିତରେ । ନାସା ଦ୍ୱାରା ଡିଜାଇନ୍ ହୋଇଥିବା ଏହି ସ୍ପେସ୍ ଷ୍ଟେସନରେ ପର୍ଯ୍ୟଟକମାନେ ମହାକାଶକୁ ନ ଯାଇ ମଧ୍ୟ ମହାକାଶ ଭଳି ଅନୁଭବ ପାଇପାରୁଛନ୍ତି । ବିଲ୍ଡିଂକୁ ପ୍ରବେଶ କରିବା କରେ ଲିଫ୍ଟରେ ଯିବା ବେଳେ ଲାଗୁଛି ସତେଯେପରି ଏକ ସ୍ପେସ୍ ସିପ୍ ବା ମହାକାଶ ଯାନରେ ଯାଉଛନ୍ତି । ଭିତରର ଦୃଶ୍ୟ ହଲିଉଡ୍ ମୁଭିର ଦୃଶ୍ୟ ଠାରୁ କିଛି କମ୍ ନୁହେଁ । ଆକାଶରେ ଉଡୁଛି ଅତ୍ୟାଧୁନିକ ବିମାନ ସମ୍ଭବତଃ ଭବିଷ୍ୟତରେ ଏଭଳି କିଛି ସତସତିକା ବିମାନ ଦେଖିବାକୁ ମିଳିପାରେ, ହେଲେ ଏଠି ଏବେଠୁ ତାର ଆଭାସ ମିଳୁଛି ଦେଖଣାହାରୀଙ୍କୁ ।
ଖାଲି ମହାକାଶ ଅନୁଭୂତି କାହିଁକି, ଜଙ୍ଗଲରେ ବର୍ଷାଭିଜା ରାତି ସାଙ୍ଗକୁ ଶାନ୍ତ ସୁନ୍ଦର ପରିବେଶର ଅନୁଭୂତି ବି ମିଳିପାରିବ । ଏହି ବିଲ୍ଡିଂ ଭିତରେ ଚତୁର୍ଥ ଫ୍ଲୋରରେ ରହିଛି ରେନ୍ ଫରେଷ୍ଟ ବା ବର୍ଷାବନ ଭଳି ପରିବେଶ । ଏଠାରେ ୨୪ଶହ ପ୍ରଜାତିର ଉଦ୍ଭିଦ ଏବଂ ସରିସୃପଙ୍କୁ ଦେଖିବାକୁ ମିଳୁଛି । ଏମାନଙ୍କ ମଧ୍ୟରୁ କିଛି ଜୀବିତ ଥିବା ବେଳେ, କିଛି ଜୀବଙ୍କ ମୃତଦେହକୁ ସଂରକ୍ଷଣ କରାଯାଇଛି । କେବଳ ଏତିକି ନୁହେଁ ଅଦ୍ଭୁତ ଯାନକୁ ଫ୍ଲାଇଙ୍ଗ ଡ୍ରୋନଠାରୁ ଆରମ୍ଭ କରି ରହିଛି ସ୍ୱୟଂଚାଳିତ କାର୍ ଏବଂ ରୋବୋଟିକ୍ ଡଗ୍ ବିଲ୍ଡିଂର ଦ୍ୱିତୀୟ ଫ୍ଲୋରରେ ଏସବୁକୁ ରଖାଯାଇଛି ।
ଅଭିନବ ଚିନ୍ତାଧାରାକୁ ନେଇ ନିର୍ମାଣ କରାଯାଇଛି ଏହି କୌତୁହଳପୂର୍ଣ୍ଣ ଯାନ, ବସ୍ତୁ ଏବଂ ସରଂଜାମ ସବୁ । ଆଶ୍ଚର୍ଯ୍ୟର କଥା, ଜୀବନ୍ତ କୁକୁର ଭଳି ରୋବୋଟିକ୍ ଡଗ୍ ଆପଣଙ୍କ ସହ କଥା ହେବା ସହ ଏହା ବିଶ୍ୱସ୍ତ ମଧ୍ୟ ଅଟେ । ବିଲ୍ଡିଂର ପ୍ରଥମ ଫ୍ଲୋରରେ ରହିଛି ଆଗାମୀ ପିଢ଼ୀ ପାଇଁ ଏକ ସାଇନ୍ସ ପାର୍କ । ବିଜ୍ଞାନ ଏବଂ ଗଣିତର ଅଦ୍ଭୁତ ଫର୍ମୁଲା ଏଠାରେ ଦେଖିବାକୁ ମିଳୁଛି ।ନୂଆ ଚିନ୍ତାଧାରା, ଭବିଷ୍ୟତକୁ ଆଖିରେ ରଖି ନୂଆ ପ୍ଲାନ୍, ସେବା ଏବଂ ବିଭିନ୍ନ ପ୍ରଡ ପାଇଁ ଏହି ମ୍ୟୁଜିୟମ୍ ଏକ ପ୍ରଦର୍ଶନୀ ସ୍ଥଳ କଲ୍ଚରାଲ୍, ଏଜୁକେସନ ଏବଂ ସାଇଣ୍ଟିଫିକ୍ ହବ୍ ଭାବେ ଦୁବାଇକୁ ଗଢ଼ିତୋଳିବା ଲକ୍ଷ୍ୟରେ ନିର୍ମାଣ କରାଯାଇଛି ଏହି ବିଲ୍ଡିଂ ।