ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

୨୪ରୁ ଜି-୨୦ ଅର୍ଥମନ୍ତ୍ରୀଙ୍କ ପ୍ରଥମ ବୈଠକ, ଯୋଗଦେବେ ବିଭିନ୍ନ ରାଷ୍ଟ୍ରର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର

ନୂଆଦିଲ୍ଲୀ : ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ମୁଖ୍ୟ ମାନଙ୍କର ଏକ ବୈଠକ ଚଳିତମାସ ଶେଷ ଭାଗରେ ବେଙ୍ଗାଲୁରୁରେ ବସିବାକୁ ଯାଉଛି। ତେବେ ଜି-୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ଏହା ହେଉଛି ପ୍ରଥମ ବୈଠକ। ଏହି ବୈଠକରେ ସର୍ବସାଧାରଣଙ୍କ ଲାଗି ଡିଜିଟାଲ୍ ଭିତ୍ତିଭୂମି ଏବଂ ସମାବେଶୀ ବିକାଶ ପ୍ରସଙ୍ଗ ଉପରେ ଆଲୋଚନା ହେବାର କାର୍ଯ୍ୟକ୍ରମ ରହିଛି।

ଏକବିଂଶ ଶତାବ୍ଦୀର ସାଧାରଣ ବିଶ୍ବ ସ୍ତରୀୟ ଆହ୍ବାନର ମୁକାବିଲା ପାଇଁ ଏବଂ ‘ଭବିଷ୍ୟତର ସହରଗୁଡିକ’ ପାଇଁ ଦୃଢ଼, ଅନ୍ତର୍ଭୂକ୍ତ ତଥା ନିରନ୍ତର ଆର୍ଥିକ ସହାୟତା ପାଇଁ ବହୁପକ୍ଷୀୟ ବିକାଶ ବ୍ୟାଙ୍କକୁ ମଜବୁତ କରିବା ଏହି ବୈଠକର ଏଜେଣ୍ଡା। ଭାରତର ଅଧ୍ୟକ୍ଷତାରେ ଅନୁଷ୍ଠିତ ହେଉଥିବା ଜି -୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର (ଏଫ୍‌ଏମ୍‌ସିବିଜି)ମାନଙ୍କର ଏହି ବୈଠକ ଚଳିତମାସ ୨୪ ଏବଂ ୨୫ ଦୁଇ ଦିନ ଧରି ଅନୁଷ୍ଠିତ ହେବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଏବଂ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ। ଜି -୨୦ ଅର୍ଥମନ୍ତ୍ରୀ ଏବଂ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କର ଏହି ବୈଠକ ଜି-୨୦ ଫାଇନାନ୍ସ ଏବଂ କେନ୍ଦ୍ରୀୟ ବ୍ୟାଙ୍କର ଡେପୁଟି ଚିଫ୍ (ଏଫସିବିଡି)ମାନଙ୍କର ବୈଠକ ପୂର୍ବରୁ ଅନୁଷ୍ଠିତ ହେବ। ଏହି ବୈଠକର ସହ ଅଧ୍ୟକ୍ଷତା ଅର୍ଥନୈତିକ ବ୍ୟାପାର ସଚିବ ଅଜୟ ସେଠ୍‌ ଏବଂ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ମାଇକେଲ ଡି ପାତ୍ର କରିବେ। ଉକ୍ତ ବୈଠକରେ ମୋଟ ୭୨ ଜଣିଆ ପ୍ରତିନିଧି ଅଂଶଗ୍ରହଣ କରିବେ।

ଭାରତର ଅଧ୍ୟକ୍ଷତାରେ ଏହି ବୈଠକର ଏଜେଣ୍ଡା ଏପରି ଭାବରେ ପ୍ରସ୍ତୁତ ହୋଇଛି ଯେ କେତେକ ପ୍ରମୁଖ ବିଶ୍ୱସ୍ତରୀୟ ପ୍ରସଙ୍ଗରେ ମନ୍ତ୍ରୀ ଏବଂ ଗଭର୍ଣ୍ଣରଙ୍କ ମଧ୍ୟରେ ଉତ୍ତମ ଭାବ ବିନିମୟ ହୋଇପାରିବ। ଏହି ଦୁଇ ଦିନିଆ ବୈଠକରେ ତିନୋଟି ଅଧିବେଶନ ଅନୁଷ୍ଠିତ ହେବ, ଯେଉଁଥିରେ ଏକବିଂଶ ଶତାବ୍ଦୀରେ ବିଶ୍ବ ସମ୍ମୁଖୀନ ହେବାକୁ ଯାଉଥିବା ଆହ୍ବାନଗୁଡିକର ମୁକାବିଲା ପାଇଁ ବହୁପକ୍ଷୀୟ ବିକାଶ ବ୍ୟାଙ୍କକୁ ମଜବୁତ କରିବା, ଭବିଷ୍ୟତର ସହରଗୁଡିକ ପାଇଁ ଏକ ମଜଭୁତ, ସମାବେଶୀ ଏବଂ ନିରନ୍ତର ଆର୍ଥିକ ସହାୟତା ଏବଂ ଡିଜିଟାଲ୍ ସର୍ବସାଧାରଣ ଭିତ୍ତିଭୂମି କ୍ଷେତ୍ରରେଉପଯୋଗ କରିବା ଭଳି ପ୍ରସଙ୍ଗ ଉପରେ ଆଲୋଚନା କରାଯିବ। ଏହି ଅଧିବେଶନରେ ବିଶ୍ବ ଅର୍ଥନୀତି ବାଣିଜ୍ୟ, ବିଶ୍ବ ସ୍ୱାସ୍ଥ୍ୟ ଏବଂ ଆନ୍ତର୍ଜାତୀୟ ଟିକସ ସହ ଜଡିତ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ଯୋଗଦେବାକୁ ଥିବା ମନ୍ତ୍ରୀ, ରାଗଭର୍ଣ୍ଣର, ଉପମୁଖ୍ୟ ଏବଂ ପ୍ରତିନିଧÒଙ୍କ ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ।

Leave A Reply

Your email address will not be published.