ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପ୍ରଥମେ ସ୍ତ୍ରୀଙ୍କୁ ଫୋନ କଲେ ଓ ତା’ପରେ ସ୍ୱାମୀଙ୍କୁ ଚୁନ ଲଗେଇଲେ

ଭୁବନେଶ୍ବର: ଡିପ୍ଲୋମା ଡିଗ୍ରୀ ଧାରୀଙ୍କ ସାତିର ଦୀମାଗ । ସାଇବର ପୋଲିସ କମ୍ପ୍ୟୁଟର ସାଇନ୍ସରେ ଡିପ୍ଲୋମା କରିଥିବା ଏଭଳି ଜଣେ କରିତକର୍ମାଙ୍କୁ ଗିରଫ କରିଛି । ତାଙ୍କ ନାଁ ସୁପ୍ରଭାତ ମହାପାତ୍ର, ଘର ପୁରୀ ଜିଲ୍ଲା ଚନ୍ଦନପୁର। ମ୍ୟୁଚୁଆଲ ଫଣ୍ଡ କରିବାକୁ କହି ବ୍ୟାଙ୍କ ଡିଟେଲସ ଜାଣିବା ପରେ ଫୋନ ପେ’ ଜରିଆରେ ଲୋକଙ୍କ ଆକାଉଣ୍ଟରୁ ଟଙ୍କା ନେଇଯାଉଥିଲେ ଏହି ବାବୁ ଜଣଙ୍କ । ଓଡ଼ିଶାର ବିଭିନ୍ନ ଥାନାରେ ସୁପ୍ରଭାତଙ୍କ ନାଁ ରେ ୧୮ଟି ମାମଲା ରହିଛି । ସାଇବର ଥାନାରେ ଅଲଗା ଦୁଇଟି ମାମଲା ରୁଜୁ କରିବା ସହ ସାଇବର ଠକଙ୍କୁ କୋର୍ଟ ଚାଲାଣ କରାଯାଇଛି । ଆକାଉଣ୍ଟରେ ଥିବା ୨ ଲକ୍ଷ ୫ ହଜାର ଠାବ କରାଯାଇଛି । ଚଢ଼ାଉ ସମୟରେ ପୋଲିସ କିଛି ପ୍ରି ଆକ୍ଟିଭେଟେଡ଼ ସିମ ଓ ମୋବାଇଲ ଜବତ କରିଛି । ସାଇବର ଅପରାଧ ପାଇଁ ସିମ ଯୋଗାଉଥିବା ସୁଶାନ୍ତ ବାରିକକୁ ମଧ୍ୟ ଗିରଫ କରିଛି ପୋଲିସ।

Leave A Reply

Your email address will not be published.