ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜ୍ୟରେ ପ୍ରଥମ ଥ୍ରୀଡି ପାଠାଗାର, ଛାତ୍ରଛାତ୍ରୀଙ୍କୁ ମିଳିବ ଗୁଣାତ୍ମକ ଶିକ୍ଷା

କେନ୍ଦ୍ରାପଡ଼ା:ରାଜ୍ୟର ପ୍ରଥମ ଥ୍ରୀ ଡି ପାଠାଗାର କେନ୍ଦ୍ରାପଡ଼ାରେ ନିର୍ମାଣାଧିନ ରହିଛି । କେନ୍ଦ୍ରାପଡା ଜିଲ୍ଲାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ମିଳିବା ସହ ପ୍ରତିଯୋଗିତା ମୂଳକ ପରୀକ୍ଷାରେ କୃତ କାର୍ଯ୍ୟ କରେଇବା ଲକ୍ଷ୍ୟରେ ଏହି ପାଠାଗାର ନିର୍ମାଣ ହୋଇଛି l ଏହି ପାଠାଗାରରେ ଅତ୍ୟାଧୁନିକ ଶିକ୍ଷା ପାଇଁ ବିଭିନ୍ନ ପ୍ରକାରର ବହି ଯୋଗାଇ ଦିଆଯିବ l ରାଜ୍ୟ ସରକାରଙ୍କ ଲକ୍ଷ ସମଗ୍ର ଓଡ଼ିଶାରେ ଭିତ୍ତିଭୂମି ବିକାଶ ସହ ଶିକ୍ଷାର ମାନ ବୃଦ୍ଧି କରି ଓଡ଼ିଶା ସମଗ୍ର ଦେଶରେ ଅଗ୍ରଣୀ ଲକ୍ଷକୁ କେନ୍ଦ୍ରାପଡା ପ୍ରଶାସନ ପରିପୂର୍ଣ୍ଣ କରିବାକୁ ଯାଉଛି l

ଛାତ୍ରଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ଶିକ୍ଷା ସୁନିଶ୍ଚିତ କରିବାରେ ଏହି ଥ୍ରୀ ଡ଼ି ଲାଇବ୍ରେରୀ ମାଇଲଖୁଣ୍ଟ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି l ଶିକ୍ଷାର ବିକାଶ ପାଇଁ ଜିଲ୍ଲାରେ ପ୍ରଥମ ଥର ପାଇଁ ଏହିଭଳି ବ୍ୟବସ୍ଥା ଆପଣେଇଛି ଜିଲ୍ଲା ପ୍ରଶାସନ l ବିଶ୍ୱସ୍ତରୀୟ ଲାଇବ୍ରେରୀର ସୁବିଧା, ପ୍ରତିଯୋଗିତା ମୂଳକ ପରୀକ୍ଷା ନେଇ ବିଭିନ୍ନ ଦାମୀ ବହି ଏଠାରେ ଉପଲବ୍ଧ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି l

first 3d library in state Students will get quality education2

ଏହି ଥ୍ରୀ ଡ଼ି ପାଠାଗାରର କାନ୍ଥରେ ଥ୍ରୀ ଡି ରଙ୍ଗ ଲେପନ ହେଉଛି । କାନ୍ଥରେ ବହି, ବହି ରାକ, ଛାତ୍ରଛାତ୍ରୀମାନେ ପାଠ ପଢୁଥିବାର ଦୃଶ୍ୟକୁ ଖୁବ ସୁନ୍ଦର ଭାବେ ଅଙ୍କନ କରାଯାଇଛି । କାନ୍ଥକୁ ଦେଖିଲେ ଲାଗୁଛି ଯେମିତି ଛାତ୍ରଛାତ୍ରୀମାନେ ବସି ପାଠ ପଢୁଛନ୍ତି । ଏଥିସହିତ ର‌୍ୟାକରେ ପୁସ୍ତକମାନ ରଖାଯାଇଛି । ଏହି କନସେପ୍ଟ ତେଲେଙ୍ଗାନାରୁ ଅଣାଯାଇଛି ବୋଲି ପୌରପାଳିକାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ସୂଚନା ଦେଇଛନ୍ତି l ଏହି ପାଠାଗାର ନିର୍ମାଣ ସରିବା ପରେ ଏହା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନାମରେ ନାମକରଣ କରାଯିବ ବୋଲି ସୂଚନା ଦିଆଯାଇଛି l

ଏହି ପାଠାଗାରରେ ପ୍ରାୟ ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାଠାଗାରରେ ୫୦ ହଜାରରୁ ଅଧିକ ପୁସ୍ତକ ମଧ୍ୟ ରହିବ । ସେହିପରି ପାଠାଗାରକୁ ଅତ୍ୟାଧୁନିକ ଜ୍ଞାନକୈାଶଳର ପ୍ରୟୋଗ କରାଯାଇ ପରିପୂର୍ଣ୍ଣ କରାଯିବ । ସେହି ପାଠାଗାରରେ କମ୍ପ୍ୟୁଟର ଏବଂ ୱାଇ ଫାଇର ବ୍ୟବସ୍ଥା ସଂଯୋଗ କରାଯିବ । ଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅଂଶଗ୍ରହଣ କରିବା ପାଇଁ ଆବଶ୍ୟକ ପାଠ୍ୟ ପୁସ୍ତକ ରହିବ ଏହି ପାଠାଗାରରେ । ଫଳରେ ଛାତ୍ରଛାତ୍ରୀମାନେ ପାଠାଗାରରେ ବସି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ନିଜକୁ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ କରିପାରିବେ । ପୂର୍ବରୁ ଛାତ୍ରଛାତ୍ରୀମାନଙ୍କୁ ଏହି ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ନିମନ୍ତେ ଜିଲ୍ଲା ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡୁଥିଲା ।

ହେଲେ ଏହି ଅତ୍ୟାଧୁନିକ ପାଠାଗାରର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହେବା ପରେ ଛାତ୍ରଛାତ୍ରୀମାନେ ଏହି ସୁଯୋଗ କେନ୍ଦ୍ରାପଡାରେ ପାଇ ପାରିବେ । ତେଣୁ ସେମାନଙ୍କୁ ଆଉ ଜିଲ୍ଲା ବାହାରକୁ କିମ୍ବା ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ ବୋଲି ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି । ଜିଲ୍ଲାର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଇଚ୍ଛା ରଖିଥିବା ମେଧାବୀ ଛାତ୍ରଛାତ୍ରୀ ଅନେକ ସମୟରେ ଉପଯୁକ୍ତ ପରିବେଶ ନପାଇ ଅନେକ ପ୍ରକାରର ଚାକିରିରୁ ବଞ୍ଚିତ ହେଉଛନ୍ତି l ଏହି ଲାଇବ୍ରେରୀ ଦ୍ୱାରା ସେମାନେ ଅତ୍ୟାଧୁନିକ ଶିକ୍ଷା ପାଇବା ସହ ନିଜର ଜ୍ଞାନର ପରିସୀମାକୁ ବର୍ଦ୍ଧିତ କରିପାରିବେ ବୋଲି ଜିଲ୍ଲା ପ୍ରଶାସନ ଆଶା ପ୍ରକଟ କରିଛି l

Leave A Reply

Your email address will not be published.