ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦିନ ଦ୍ୱିପହରରେ ଘରେ ପଶି ଗୁଳିମାଡ: ସ୍ୱାମୀ ମୃତ, ପତ୍ନୀ ଏବଂ ପୁତ୍ର ଗୁରୁତର

କେନ୍ଦ୍ରାପଡ଼ା: ଦିନ ଦ୍ୱିପହରରେ ଘରେ ପଶି ଗୁଳିମାଡ କରିବା ଦ୍ୱାରା ଘରମାଲିକଙ୍କ ମୃତ୍ୟୁ ଘଟିବା ସହିତ ଗୁଳିମାଡରେ ତାଙ୍କ ପତ୍ନୀ ଏବଂ ପୁତ୍ର ଗୁରୁତର ଆହତ ହୋଇଛନ୍ତି । ଶନିବାର ଅପରାହ୍ନ ପ୍ରାୟ ୩ଟା ସମୟରେ ଲାଲ୍ ରଂଗର ପଲସର ମଟରସାଇକେଲ ଯୋଗେ ଦୁଇଜଣ ଦୁର୍ବୁତ୍ତ ଆସି ମହାକାଳପଡା ଥାନା ଅଳାଇଲୋ ବବକରପୁର ଗ୍ରାମରେ ପହଂଚି ଅରବିନ୍ଦ ମିଶ୍ରଙ୍କ ଘର କୋଉଠି ବୋଲି ପଚାରିଥିଲେ । ତାଙ୍କ ଘର ଜାଣିବା ପରେ ତାଙ୍କ ଘର ଭିତରକୁ ଯାଇ ଅରବିନ୍ଦ ମିଶ୍ରଙ୍କ ପୁଅ କାହ୍ନା ସହିତ ଯୁକ୍ତିତର୍କ କରିଥିଲେ । ପାଟି ଶୁଣି ଅରବିନ୍ଦ ଏବଂ ତାଙ୍କ ପତ୍ନୀ ମିନାକ୍ଷୀ ପହଂଚିବା ବେଳକୁ ଦୁର୍ବୁତ୍ତମାନେ ବନ୍ଧୁକ କାଢି ଗୁଳି ଫୁଟାଇଥିଲେ । ଗୁଳି ବାଜିବା ପରେ ଅରବିନ୍ଦ ମିଶ୍ର ତଳେ ପଡିଯାଇଥିଲେ । ତା ପରେ ତାଙ୍କ ପୁଅ କାହ୍ନା ଏବଂ ପତ୍ନୀଙ୍କୁ ଗୁଳି କରିଥିଲେ । ଗୁଳିମାଡର ଶବ୍ଦ ଶୁଣି ଗ୍ରାମବାସୀମାନେ ପହଂଚି ଯାଇ ଦୁର୍ବୁତଙ୍କୁ କାବୁ କରିନେଇ ପୋଲିସକୁ ସୂଚନା ଦେଇଥିଲେ ।

ଦୁର୍ବୁତ୍ତମାନେ ଆଣିଥିବା ମଟରସାଇକେଲକୁ ପୋଡି ଦେବା ସହିତ ଦୁହିଙ୍କୁ ନିର୍ଦ୍ଧୁମ ଛେଚିଥିଲେ । ଦୁର୍ବୁତ୍ତମାନେ ଏକ ବ୍ୟାଗରେ ଏକାଧିକ ନମ୍ବର ପ୍ଲେଟ୍‌, ଅଧିକ ଗୁଳି ବନ୍ଧୁକ ଗ୍ରାମ ରାସ୍ତାରେ ପଡି ରହିଥିଲା । ପୋଲିସ ଘଟଣାସ୍ଥଳରେ ପହଂଚି ଆହତ ମାନଙ୍କୁ ମେଡିକାଲକୁ ପଠାଇଥିଲା । ଘରମାଲିକ ଅରବିନ୍ଦ ମିଶ୍ରଙ୍କର ମୃତ୍ୟୁ ହୋଇଯାଇଥିବା ନେଇ ଡାକ୍ତର ସୂଚନା ଦେବା ସହିତ ଗୁରୁତର ଆହତ ମିନାକ୍ଷୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ ଗୁଳିକାଣ୍ଡ ଘଟାଇଥିବା ଦୁର୍ବୁତ୍ତ ଦୁଇଜଣଙ୍କ ଘର ଯାଜପୁରର ବିଂଝାରପୁରର ବୋଲି ପୋଲିସର ପ୍ରାଥମିକ ତଦନ୍ତରୁ ଜାଣିବାକୁ ମିଳିଛି l ଏବଂ ଯାଜପୁରର ଜନୈକ ବ୍ୟକ୍ତି ତାଙ୍କୁ ସୁପାରୀ ଦେଇଛନ୍ତି ବୋଲି ଗ୍ରାମବାସୀଙ୍କ ଆଗରେ କହିଥିଲେ l ମୃତ ବ୍ୟକ୍ତି ଜଣଙ୍କ କେନ୍ଦ୍ରାପଡା ବ୍ଳକରେ ଭିଏଲଡବ୍ଲ୍ୟୁଭାବେ କାର୍ଯ୍ୟ କରି ଅବସର ନେଇଥିଲେ l ଅବସରପ୍ରାପ୍ତ କର୍ମଚାରୀ ଅରବିନ୍ଦ ମିଶ୍ର ତାଙ୍କ ସ୍ତ୍ରୀ ମିନତୀ ମିଶ୍ର ଓ ପୁଅଙ୍କୁ ଗୁଳି କରାଯାଇଛି l ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ପରେ ଅରବିନ୍ଦ ଙ୍କ ମୃତ୍ୟୁ ହୋଇଥିବା ଡାକ୍ତର ସୂଚନା ଦେଇଥିଲେ l

ଶନିବାର ଅପରାହ୍ନ ପ୍ରାୟ ୩ ଟା ବେଳେ ୩ ଜଣ ଦୁର୍ବୁର୍ତ୍ତ ବାଇକ ଯୋଗେ ଆସି ଅରବିନ୍ଦଙ୍କ ଘରୁ ତାଙ୍କୁ ଡାକି ଥିଲେ। କେହି ଡାକୁ ଥିବାର ଶୁଣି ପଦାକୁ ଆସିବା କ୍ଷଣି ଦୁର୍ବୁର୍ତ୍ତ ମାନେ ତାଙ୍କ ଉପରକୁ ଅତର୍କିତ ଗୁଳି ଚଳାଇ ଥିଲେ। ତେବେ ପାଟି ତୁଣ୍ଡ ଶୁଣି ଅରବିନ୍ଦଙ୍କ ସ୍ତ୍ରୀ ଓ ପୁଅ ପଦାକୁ ଆସିବାରୁ ସେମାନଙ୍କ ଉପରକୁ ମଧ୍ୟ ଦୁର୍ବୁର୍ତ୍ତ ଗୁଳି ବର୍ଷଣ କରିଥିଲେl ଏଥିରେ ଅରବିନ୍ଦଙ୍କ ପେଟ, ବେକ ଓ ତଳିପେଟରେ ୩ ରାଉଣ୍ଡ ଗୁଳି ବାଜିଥିବା ବେଳେ ତାଙ୍କ ପତ୍ନୀ ଙ୍କ ଗୋଡ଼ରେ ଏକ ରାଉଣ୍ଡ ଗୁଳି ବାଜିଥିବା ସୂଚନା ମିଳିଛି l

୩ ଜଣ ଦୁର୍ବୁତ୍ତ ଫେରାର ହୋଇଯାଉଥିବା ବେଳେ ଗ୍ରାମବାସୀ ୨ ଜଣ ଦୁର୍ବୁର୍ତ୍ତଙ୍କୁ କାବୁ କରି ନେଇଥିଲେ l ଠେଙ୍ଗା, ବାଉଁଶରେ ନିସ୍ତୁକ ମାଡ଼ ମାରି ଦୁଇ ଅଭିଯୁକ୍ତଙ୍କୁ ଲହୁଲୁହାଣ କରିଦେଲେ l ହେଲେ ସେମାନଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି। ଧରା ପଡିଥିବା ୨ ଜଣ ଦୁର୍ବୁର୍ତ୍ତଙ୍କୁ ମହାକାଳପଡ଼ା ପୋଲିସ ନିଜ ହେପାଜତକୁ ନେଇ ମହାକାଳପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପୋଲିସ ଛାଉଣୀରେ ଭର୍ତ୍ତି କରଯାଇ ଚିକିତ୍ସା କରାଯାଉଛି l

ପୂର୍ବରୁ ମୃତ ଅରବିନ୍ଦଙ୍କ ପୁଅକୁ କୌଣସି କାରଣକୁ କେନ୍ଦ୍ର କରି ଗୁଳି କରି ହତ୍ୟା କରିବାକୁ ଧମକ ମିଳିଥିଲା l ହେଲେ ମୃତ ଅରବିନ୍ଦଙ୍କ ପୁଅ ଏହାକୁ ନେଇ ଭୟଭୀତ ନହୋଇ ପାଲଟା ସେମାନଙ୍କୁ ଧମକର ପ୍ରତିବାଦ କରିଥିବା ସୂଚନା ମିଳିଛି l

Leave A Reply

Your email address will not be published.