ରାଜଧାନୀରେ ଗୁଳି ମାଡ଼, ୫ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଗୁଳି ମାଡ଼। ତମାଣ୍ଡୋ ଅଞ୍ଚଳରେ ହୋଇଛି ଏହି ଗୁଳି ମାଡ଼। ଏକ କାର୍‌ ମରାମତିକୁ ନେଇ ପ୍ରଥମେ ବଚସା ପରେ ଗୁଳି ମାଡ଼ ଘଟିଥିବା ଜଣାପଡ଼ିଛି। ଖବର ପାଇ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିିଛି । ଉକ୍ତ ଗୁଳିମାଡ଼ ଘଟଣାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି ତମାଣ୍ଡୋ ଥାନା ପୁଲିସ ।

ସୂଚନା ଅନୁଯାୟୀ, ୫ ଅଭିଯୁକ୍ତ ଦଶପଲ୍ଲା ଓ କେନ୍ଦ୍ରାପଡ଼ା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ସ୍ଥଳରେ ଜୋନ ଏସିପି ଓ ଆଇଆଇସିଙ୍କ ତନାଘନା କରିଛନ୍ତି । ସେପଟେ ପୁଲିସ କହିଛି ଯେ ୫ ଜଣଙ୍କ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଛି। ପୁଲିସ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ୩ଟି ଖୋକା ଜବତ କରିଛି ।

Leave a comment