ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ରାଜନୈତିକ ଆକ୍ରୋଶରୁ ଅଗ୍ନିକାଣ୍ଡ

ଓଡ଼ଗାଁ: ଓଡ଼ଗାଁ ଥାନା ଭାଡ଼ିକିଳା ପଞ୍ଚାୟତ ବାଉଁଶଗାଡ଼ିଆ ଧୋବାସାହି ୧ ନମ୍ବର ୱାର୍ଡ଼ରେ ରବିବାର ରାତିରେ ଅଗ୍ନିକାଣ୍ଡ କାରଣରୁ ଅଭିମନ୍ୟୁ ସେଠୀଙ୍କ ୩ ବଖରା ଘର ଓ ଭିକାରୀ ସେଠୀଙ୍କର ୧ ବଖରା ଘର ଜଳିପୋଡ଼ି ପାଉଶଁ ହୋଇଯାଇଛି । ଓଡ଼ଗାଁ ଦମକଳ ବାହିନୀ ନିଆଁ ଲିଭାଇ ଚାଲିଯିବାର ୨ ଘଣ୍ଟା ପରେ ୩ ନମ୍ବର ୱାର୍ଡ଼ରେ ନିମସାହିରେ ନିଆଁ ଲାଗି ୭ ପରିବାରର ସାଇକେଲ, ସିଲେଇ ମେସିନ, ଫ୍ୟାନ, ଗହମ ଚାଉଳ, ଲୁଗାପଟା ପୋଡି ଯାଇଛି । ଆସନ୍ନପ୍ରସବା ଶ୍ରବଣ ବାଧିତ ରଶ୍ମୀତା ମହାରଣାଙ୍କ ଉପରେ ଦଲକାଏ ନିଆଁ ଖସି ପଡ଼ିବା କାରଣରୁ ସେ ଅସୁସ୍ଥ ଅଛନ୍ତି । କୃପାସିନ୍ଧୁ ମହାରଣା ଓ ରାମଦାସ ମହାରଣାଙ୍କ ଘର ବାହାରପଟୁ ଶିକୁଳି ଦିଆଯାଇଥିବା ବେଳେ ସେଠାରେ ନିଆଁ ଲାଗି ଯାଇଥିବାରୁ ଶିକୁଳା ଖୋଲା ହୋଇ ପାରିଲା ନାହିଁ । ଝାଟିମାଟିର କାନ୍ଥକୁ ଭାଙ୍ଗି ଉଭୟ ପରିବାରକୁ ଉଦ୍ଧାର କରାଯାଇଥିଲା । ଏଥିସହିତ ସନିଆ ବେହେରା, ରବି ବେହେରା, ବନବାସୀ ବେହେରା, ଟିକିନା ବେହେରାଙ୍କ ପିନ୍ଧାଲୁଗା ଛାଡି ସମସ୍ତ ଆସବାବପତ୍ର ପୋଡି ପାଉଁଶ ହୋଇ ଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ସରପଞ୍ଚ ପିଡ଼ିତ ପରିବାର ପାଇଁ ରନ୍ଧାଖାଦ୍ୟର ବ୍ୟବସ୍ଥା କରିଥିଲେ। ଗତକାଲି ରାତିରେ ଏହି ପଞ୍ଚାୟତର ନିର୍ବାଚନ ଫଳାଫଳ ଘୋଷଣା ହୋଇଥିବାରୁ ଆକ୍ରୋଶ ମୂଳକ ଭାବେ ଏଭଳି କରାଯାଇଥିବା ଧୋବାସାହି ଓ ନିମସାହିର ପିଡିତ ପରିବାର ଓଡ଼ଗାଁ ଥାନାରେ ଭିନ୍ନଭିନ୍ନ ଅଭିଯୋଗ କରିଛନ୍ତି । ତଦନ୍ତ ପରେ ପକୃତ ଘଟଣା ସାମ୍ନାକୁ ଆସିବ ବୋଲି ଆଲୋଚନା ହେଉଛି ।

 

Leave A Reply

Your email address will not be published.