ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁରୀରେ ପୁଣି ଲାଗିଲା ନିଆଁ, ନିଳାଦ୍ରୀ କମ୍ପଲେକ୍ସର ହ୍ୟାଣ୍ଡଲୁମ ଶୋ’ ରୁମରେ ଅଗ୍ନିକାଣ୍ଡ

ପୁରୀ : ପୁରୀରେ ପୁଣି ଲାଗିଲା ନିଆଁ । ଓଡିଶା ହ୍ୟାଣ୍ଡଲୁମ ବିଲ୍ଡିଂରେ ଅଗ୍ନିକାଣ୍ଡ ଘଟିଛି । ନିଳାଦ୍ରୀ କମ୍ପଲେକ୍ସରେ ରହିଥିବା ହ୍ୟାଣ୍ଡଲୁମର ଷ୍ଟୋରରେ ନିଆଁ ଲାଗିଥିଲା। ତେବେ ଅଗ୍ନିଶମବାହିନୀ ନିଆଁକୁ ଆୟତ୍ତ କରିଛନ୍ତି। ଏବେ ସୁଦ୍ଧା ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇପାରିନଥିବା ବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

ସୂଚନା ଅନୁସାରେ ଆଜି ସନ୍ଧ୍ୟା ପ୍ରାୟ ୫ଟାରେ ନୀଳାଦ୍ରି କମ୍ପ୍ଲେକ୍ସର ଏକ ସୋ’ରୁମ୍‌ରେ ନିଆଁ ଲାଗିଥିଲା। ଏହା ଏକ ଘରୋଇ ସୋ’ରୁମ ଥିଲା। ଏଠାରେ ଓଡ଼ିଶା ‌ହ୍ୟାଣ୍ଡଲୁମ୍‌ର ସାମଗ୍ରୀ ମଧ୍ୟ ବିକ୍ରି ହୋଇଥାଏ। ନିଆଁ ଲାଗିବା କ୍ଷଣି କାର୍ଯ୍ୟରତ କର୍ମଚାରୀମାନେ ତୁରନ୍ତ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ କମ ସମୟ ମଧ୍ୟରେ ଆୟତ୍ତ କରିପାରିଥିଲେ। ଏସ୍‌ପି କନୱର ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସଂପର୍କରେ ଅବଗତ ହୋଇଛନ୍ତି। ସେ କହିଛନ୍ତି ସଟ୍‌ସର୍କିଟ ଯୋଗୁଁ ସୋ’ରୁମରେ ଛୋଟ ଧରଣର ନିଆଁ ଲାଗିଥିବା ଅନୁମାନ କରାଯାଉଛି। ତ‌େବେ ଅଗ୍ନିକାଣ୍ଡକୁ ୫ରୁ ୧୦ ମିନିଟ ମଧ୍ୟରେ ଆୟତ୍ତ କରାଯାଇପାରିଛି। ତେଣୁ ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ।

Leave A Reply

Your email address will not be published.