ତେଲକୋଇ ରାଣିବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇବା ବେଳେ ଧରା ପଡି ଜେଲ ଗଲେ

ତେଲକୋଇ : ତେଲକୋଇ ବନାଞ୍ଚଳ ବିମଳା ଫରେଷ୍ଟ ବିଟ ଅଧିନ ରାଣିବେଡା ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଉଥିବା ବେଳେ ବନ ବିଭାଗ ହାତରେ ଧରାପଡି ଜଣେ ଗିରଫ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ଜନ୍ତୁ ଶୀକାର ପାଇଁ ଜଙ୍ଗଲରେ ନିଆଁ ଲଗାଉଥିବେକେ ଟାଙ୍ଗିରି ଗ୍ରାମର ଜଗନ୍ନାଥ ନାୟକ(୬୦) ଗିରଫ ହୋଇଛନ୍ତି। ଜଙ୍ଗଲରେ ନିଆଁ ଲଗାଇବା ବେଆଇନ କାମ ହୋଇଥିବାବେଳେ ବନ ବିଭାଗ ପକ୍ଷରୁ ଜଙ୍ଗଲ ନିଆଁକୁ ପ୍ରଶମିତ କରିବା ପାଇଁ ଅନେକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଜଙ୍ଗଲରେ ନିଆଁ କାରଣରୁ ଗଛ ଲତା ପୋଡି ଜଳିଯିବା ସହିତ ବନ୍ୟଜନ୍ତୁ ମାନଙ୍କର କ୍ଷତି ହେଉଛି। ଏଠି ସହ ପରିବେଶ ସୁରକ୍ଷାରେ ସମାସ୍ୟା ହେଉଛି। ତେଣୁ ଏଭଳି ବେଆଇନ କାର୍ଯ୍ୟକରୁଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଉଛି।

Leave a comment