ଜଗତପୁରର ଏକ ଧୂପକାଠି କାରଖାନାରେ ଭୟାବହ ଅଗ୍ନିକାଣ୍ଡ

କଟକ: କଟକ ଜଗତପୁର ଏକ ଧୂପକାଠି କାରଖାନାରେ ରବିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ମିଳିଥିବା ସୂଚନା ମୁତାବକ ମଙ୍ଗଲଦୀପ୍ ବ୍ରାଣ୍ଡ ଧୂପକାଠି ରହିଥିବାବେଳେ ଲାଗିଛି ନିଆଁ । ଏସ୍ ଏସ୍ ଏଣ୍ଟରପ୍ରାଇଜର୍ସ ନାମକ ଏହି କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ କାରଖାନାରେ ପ୍ରସ୍ତୁତ ହେଉଥିବା ମଙ୍ଗଲଦୀପ୍ ବ୍ରାଣ୍ଡର ଧୂପକାଠି ଜଳି ଯାଇଛି । ସେପଟେ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ଜଣାପଡି ନାହିଁ। ଖବର ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ ପାଇଁ ଚେଷ୍ଟା ଚଳାଇଛନ୍ତି । ଏଥିରେ କେହି ଆହତ ହୋଇଛନ୍ତି କି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ ।
ଅଧିକ ପଢନ୍ତୁ
ଏଥିସହିତ ପଢ଼ନ୍ତୁ