ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭେନୁଗୋପାଲ ସ୍ବାମୀ ମନ୍ଦିରରେ ରାମନବମୀ ଉତ୍ସବ ସମୟରେ ଅଗ୍ନିକାଣ୍ଡ

ହାଇଦ୍ରାବାଦ୍‌ : ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲାର ଭେନୁଗୋପାଲା ସ୍ବାମୀ ମନ୍ଦିରରେ ରାମନବମୀ ଉତ୍ସବ ସମୟରେ ଅଗ୍ନିକାଣ୍ଡ ଘଟିଛି। ରାମ ନବମୀ ପାଳନ ପାଇଁ ମନ୍ଦିରରେ ଏକ ପେଣ୍ଡାଲ ଲଗାଯାଇଥିଲା। ଏହି ସମୟରେ ସେଠାରେ ସର୍ଟ ସର୍କିଟ ଯୋଗୁ ଏହି ପେଣ୍ଡାଲରେ ନିଆଁ ଲାଗିଯାଇଥିଲା। କିଛି କ୍ଷଣ ମଧ୍ୟରେ ନିଆଁ ଚାରିଆଡେ ବ୍ୟାପୀ ଯାଇଥିଲା। ରିପୋର୍ଟ ଅନୁଯାୟୀ, ନିଆଁ ଲାଗିବା ମାତ୍ରେ ଭକ୍ତମାନଙ୍କୁ ପେଣ୍ଡାଲରୁ ବାହାର କରାଯାଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାକୁ ଏଡାଇ ଦିଆଯାଇଥିଲା।

Leave A Reply

Your email address will not be published.