ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଚଳିତ ବର୍ଷ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ, ଦୀପାବଳିରେ ବାଣ ଫୁଟାଇବା ଉପରେ ଜାରି ରହିବ କଟକଣା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଥର ଦିପାବଳୀରେ ମଧ୍ୟ ଦିଲ୍ଲୀରେ ଫୁଟିବନି ବାଣ । ରାଜଧାନୀ ଦିଲ୍ଲୀରେ ଦୀପାବଳିରେ ବାଣ ଫୁଟାଇବା ଉପରେ ଲାଗିଥିବା କଟକଣା ଜାରି ରହିବ। ବିଜେପି ନେତା ମନୋଜ ତିୱାରୀ ଦିଲ୍ଲୀରେ ଆତସବାଜିକୁ ଅନୁମତି ଦେବା ପାଇଁ ଯାଚିକା ଦାଖଲ କରିଥିଲେ । ମନୋଜ ତିୱାରୀ ନିଜ ଆବେଦନରେ କହିଥିଲେ ଯେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ସଂସ୍କୃତି ବିରୋଧ । ଏଣୁ ମାନ୍ୟବର କୋର୍ଟ ମାମଲାର ପୁନଃର୍ବିଚାର ପାଇଁ ଆବେଦନରେ ଉଲ୍ଲେଖ କରିଥିଲେ ବିଜେପି ନେତା । ହେଲେ ସୁପ୍ରିମକୋର୍ଟ ପୁଣି ସ୍ପଷ୍ଟ କରି କହିଛନ୍ତି କି ବାଣ ଉପରେ ଲାଗିଥିବା ପ୍ରତିବନ୍ଧର ହଟାଯିବ ନାହିଁ । ଆସନ୍ତା ବର୍ଷ ଜାନୁଆରୀ ୨ ପର୍ଯ୍ୟନ୍ତ ବାଣ ବିକ୍ରି ତଥା ଫୁଟାଇବା ଉପରେ କଟକଣା ବଳବତ୍ତର ରହିବ ବୋଲି ଶୁଣାଇ ଦେଇଛନ୍ତି କୋର୍ଟ ।

ସୂଚନାଯୋଗ୍ୟ, ବିଜେପି ନେତା ମନୋଜ ତିୱାରୀ ଯାଚିକା ଦାୟର କରି ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଚାଲେଞ୍ଜ କରିଥିଲେ । ସୁପ୍ରିମକୋର୍ଟ ପୂର୍ବରୁ ନିଷ୍ପତ୍ତି ଶୁଣାଇଥିଲେ କି ଆଗାମୀ ବର୍ଷ ୨ ଜାନୁଆରୀ ପର୍ଯ୍ୟନ୍ତ ଦିଲ୍ଲୀରେ ବାଣ ଫୁଟା ମନା । ଏହି ନିଷ୍ପତ୍ତିକୁ ସଂସ୍କୃତି ବିରୋଧୀ ବୋଲି ଦର୍ଶାଇ ଯାଚିକା ଦାୟର କରାଯାଇଥିଲା । କିନ୍ତୁ ଏମ୍ ଆର ଶାହଙ୍କ ବେଞ୍ଚ ସ୍ପଷ୍ଟ ନିଷ୍ପତ୍ତି ଶୁଣାଇ ବାଣ ଫୁଟା ଉପରେ ପ୍ରତିବନ୍ଧକ ହଟାଇବାକୁ ମନା କରିଦେଇଛନ୍ତି ।

Leave A Reply

Your email address will not be published.