ବନ୍ୟା ମୁକାବିଲା ପାଇଁ ଅଗ୍ନିଶମ ବାହିନୀ ପ୍ରସ୍ତୁତ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାରେ ବନ୍ୟାସ୍ଥିତି ଧିରେଧିରେ ଗମ୍ଭୀର ହେବାରେ ଲାଗିଛି । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ମିସନ୍ ଜିରୋ କାଜୁଆଲଟି ଉପରେ ଗୁରୁତ୍ବ ଦେଇ ତଳିଆ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ, ପରିସ୍ଥିତି ଉପରେ ସର୍ତକ ନଜର ରଖାଯାଇଛି । ବାଲେଶ୍ବର ସୁବର୍ଣ୍ଣରେଖା ନଦୀର ଉଭୟ ପଟେ ରହିଛି ବାଲିଆପାଳ, ବସ୍ତା, ଭୋଗରାଇ ଓ ଜଳେଶ୍ବର ଅଞ୍ଚଳରେ ଅଗ୍ନଶମ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାଲେଶ୍ବରରେ ଜିଲ୍ଲା ଅଗ୍ନିଶମ ଅଧିକାରୀ ଅପରେସନ ଦାୟିତ୍ବରେ ଥିବା ବେଳେ, କଟକ ଜିଲ୍ଲା ଅଗ୍ନିଶମ ଅଧିକାରୀ ଭଦ୍ରକ ଦାୟିତ୍ବରେ ରହିଛନ୍ତି । ଅଗ୍ନଶମ ବାହିନୀ ଯେ କୌଣସି ପରିସ୍ଥିତିର ମୁକାବିଲା କରିବାକୁ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି କହିଛନ୍ତି ଅଗ୍ନିଶମ ବାହିନୀ ମହାନିର୍ଦ୍ଦେଶକ ସନ୍ତୋଷ ଉପାଧ୍ୟାୟ ।

Leave a comment