ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କଟକ ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ

କଟକ: କଟକ ହାଇକୋର୍ଟ ନିକଟ SBI ପଛପଟେ ଥିବା ଅବକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ ଘଟିଛି । ଘଟଣାସ୍ଥଳରେ ବକ୍ସିବଜ଼ାର ଅଗ୍ନିଶମ ୟୁନିଟ ପହଂଚି ନିଆଁକୁ ଆୟତ୍ତ କରିଛି । କାର୍ଯ୍ୟାଳୟ ଭିତରେ ଫସିରହିଥିବା ଦୁଇ ଜଣ କର୍ମଚାରୀଙ୍କୁ ଉଦ୍ଧାର କରି ଆମ୍ବ୍ୟୁଲାନ୍ସ ଯୋଗେ ଏସସିବି ପଠାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବାବେଳେ ସର୍ଟସର୍କିଟରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଏ ନେଇ ସହକାରୀ ଅଗ୍ନିଶମ ଅଧିକାରୀ ସଂଜୀବ ବେହେରା ସୂଚନା ଦେଇଛନ୍ତି । ତେବେ ସରକାରୀ ସମ୍ପୃକ୍ତ କାମ ଏଠାରେ ହେଉଥିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡ଼ିଯାଇଥିବା ଜଣାପଡିଛି ।

Leave A Reply

Your email address will not be published.