ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭଦ୍ରକ- ଖଡଗପୁର ମେମୁ ଟ୍ରେନରେ ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବାଲେଶ୍ୱର: ପାସେଞ୍ଜର ଟ୍ରେନରେ ଲାଗିଲା ନିଆଁ । ଭଦ୍ରକ-ଖଡ଼ଗପୁର ମେମୁ ପାସେଞ୍ଜର ଟ୍ରେନରେ ଅଗ୍ନିକାଣ୍ଡ । ବାଲେଶ୍ବର ଜିଲ୍ଲା ସୋର ବାହାନଗା ଷ୍ଟେସନ ନିକଟରେ ଟ୍ରେନର ପଛ ବଗିରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଲେ ଶତାଧିକ ଯାତ୍ରୀ । ଟ୍ରେନର ଦୁଇଟି ବଗିରେ ନିଆଁ ଲାଗିଥିବା ସୂଚନା । ବହାନଗା ଷ୍ଟେସନରେ ଟ୍ରେନ ପହଁଚିବା ମାତ୍ରେ ନିଆଁ ଦେଖି ପାଇଲଟ ତୁରନ୍ତ ଏମର୍ଜେନ୍ସି ବ୍ରେକ ଦେଇଥିଲେ । ସଂଗେ ସଂଗେ ବହାନାଗା ଷ୍ଟେସନର କର୍ମଚାରୀ ନିଆଁ ଲିଭା ଗ୍ୟାସ ଦ୍ୱାରା ନିଆଁକୁ ଆୟତ୍ତ କରିଥିଲେ। ବାହାନଗା ରେଳ ଷ୍ଟେସନ ନିକଟରେ ଅଟକିଛି ଟ୍ରେନ । ରେଳ ବିଭାଗ ପକ୍ଷରୁ ଦୁଇଟି ଦମକଳ ବାହୀନ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି । କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ ।

Leave A Reply

Your email address will not be published.