ବେଙ୍ଗାଲୁରୁ-ହାୱଡା ଏକ୍ସପ୍ରେସରେ ଲାଗିଲା ନିଆଁ

ହାଇଦ୍ରାବାଦ : ବାଙ୍ଗାଲୋର-ହାଓ୍ବଡା ଏକ୍ସପ୍ରେସ ଟ୍ରେନରେ ରବିବାର ହଠାତ୍ ନିଆଁ ଲାଗିଯାଇଥିଲା । ଆନ୍ଧ୍ରପ୍ରଦେଶର ଚିତ୍ତୁରରେ ଟ୍ରେନଟି ପହଞ୍ଚିବା‌ ପରେ ଏକ ବଗିରେ ନିଆଁ ଲାଗିଯାଇଥିଲା। ବଗିରେ ନିଆଁ ଦେଖି ଯାତ୍ରୀମାନେ ପାଟି କରିଥିଲେ। ଏ ସମ୍ପର୍କରେ ସୂଚନା ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରେନରୁ ଯାତ୍ରୀଙ୍କୁ ଉଦ୍ଧାର କରିଥିବା ବେଳେ ନିଆଁକୁ ଆୟତ୍ତ କରିଥିଲା। ସୌଭାଗ୍ୟ ବଶତଃ ଏହି ଘଟଣାରେ କେହି ମୃତାହତ ହେବାର ଖବର ନାହିଁ। ପ୍ରାରମ୍ଭିକ ତଦନ୍ତରୁ ବ୍ରେକ୍ ବ୍ଲକର ଘର୍ଷଣ ଯୋଗୁଁ ନିଆଁ ଲାଗିଥିବା ଜଣାପଡ଼ିଛି ।

ଏପର୍ଯ୍ୟନ୍ତ ଏହି ଘଟଣାରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଅଗ୍ନିଶମ ବିଭାଗର ଅଧିକାରୀମାନେ ନିଆଁକୁ ଆୟତ୍ତ କରୁଥିବା ସାମ୍ନାକୁ ଆସିଛି।ଭାରତୀୟ ରେଳବାଇ ଅନୁଯାୟୀ, ସାର୍ ଏମ୍ ବିଶ୍ବେଷବରାୟା ଟର୍ମିନାଲ୍-ହାୱଡା ଦୁରୋନ୍ତୋ ଏକ୍ସପ୍ରେସ ଚିତ୍ତୋର ଜିଲ୍ଲାର କୁପାମ ଷ୍ଟେସନ ନିକଟରେ ପହଞ୍ଚିବା ସମୟରେ ଏକ କୋଚରେ ବ୍ରେକ୍ ବ୍ଲକ୍ ଘର୍ଷଣ ହେତୁ ନିଆଁ ଲାଗିଥିଲା। ତେବେ ନିଆଁକୁ ଆୟତ୍ତ କରି‌ ଲୋକଙ୍କୁ ଉଦ୍ଧାର କରିବା କାମ ଚାଲୁ ରହିଥିବା ବେଳେ କେହି ମୃତାହତ ହୋଇଥିବା ନେଇ ସୂଚନା ସାମ୍ନାକୁ ଆସିନାହିଁ।

Leave a comment