ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଭୟାବହ ଅଗ୍ନିକାଣ୍ଡ; ୪ ବଖରା ଘର ସହ ୪ ବାଇକ୍ ପୋଡି ପାଉଁଶ

ବ୍ରହ୍ମପୁର: ବ୍ରହ୍ମପୁର ଉପକଣ୍ଠ କୁକୁଡାଖଣ୍ଡି ବ୍ଲକ ଝାଡାଙ୍କୁଲି ଗାଁରେ ଶୁକ୍ରବାର ବିଳମ୍ବତ ରାତରେ  ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୪ ବଖରା ଘର ସହ ୪ଟି ବାଇକ ପୋଡି ପାଉଁଶ ହୋଇଯାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଝାଡ଼ାଙ୍କୁଲି ଦକ୍ଷିଣ ସାହିରେ ଗତକାଲି ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଫଳରେ ଲୋକ ଭୟରେ ବାହାରକୁ ଚାଲିଆସିଥିଲେ। ଦେଖୁଦେଖୁ ନିଆଁ ଏତେ ବଢ଼ିଯାଇଥିଲା ଯେ, ୪ଟି  ଛପର ଘର ପୂରା ପୋଡି ପାଉଁଶ ହେବା ସହ ପାଖରେ ଥିବା ୪ଟି ବାଇକ ମଧ୍ୟ ନଷ୍ଟ ହୋଇଯାଇଛି। ଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ଅଗ୍ନିକାଣ୍ଡ ଯୋଗୁଁ ୪ଟି ପରିବାର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ସେପଟେ ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ଜଣାପଡିନାହିଁ।

Leave A Reply

Your email address will not be published.