ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଦୀପାବଳି ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ଦୁଇ ମୃତ

ଆନ୍ଧ୍ରପ୍ରଦେଶ: ଦୀପାବଳିର ଗୋଟିଏ ଦିନ ପୂର୍ବରୁ ଆନ୍ଧ୍ରପ୍ରଦେଶର ଏକ ବାଣ ଦୋକାନରେ ଲାଗିଲା ନିଆଁ । ଆନ୍ଧ୍ରପ୍ରଦେଶ ବିଜୟୱାଡାର ଗାନ୍ଧୀ ନଗର ଜିମ୍ ଖାନା ଗ୍ରାଉଣ୍ଡରେ ଥିବା ଏକ ବାଣ ଦୋକାନରେ ନିଆଁ ଲାଗିଯାଇଛି । ଆଜି ସକାଳୁ ଏହି ଘଟଣା ସାମ୍ନାକୁ ଆସିଛି । ଅଗ୍ନିକାଣ୍ଡରେ ଦୁଇ ଜଣ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି । ଲାଗି ଲାଗି ବାଣ ଦୋକାନ ଥିବାରୁ ଅଗ୍ନିକାଣ୍ଡରେ ୩ଟି ଦୋକାନ ସମ୍ପୂର୍ଣ୍ଣ ଜଳିଯାଇଛି । ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ଅନ୍ୟ ଦୋକାନଗୁଡିକୁ ନିଆଁ ଲାଗିବାରୁ ରକ୍ଷା କରିଛନ୍ତି ।

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅଗ୍ନିକାଣ୍ଡ ଘଟିଥିବା ବାଣ ଦୋକାନର ଠିକ ବିପରୀତ ଦିଗରେ ଏକ ପେଟ୍ରୋଲ ଟାଙ୍କି ଥିଲା, ମାତ୍ର ଯଥାଶୀଘ୍ର ନିଆଁକୁ ଆୟତ କରାଯାଇଥିବାରୁ ପେଟ୍ରୋଲ ଟାଙ୍କିଟି ନିଆଁ ଲାଗିବାରୁ ବଞ୍ଚିଯାଇଥିଲା । ପେଟ୍ରୋଲ ଟାଙ୍କି ପାଖରେ ବାଣ ଦୋକାନ ଦେବାପାଇଁ ଅନୁମତି ଦିଆଯାଇଥିବାରୁ ଘଟଣାସ୍ଥଳରେ ସ୍ଥାନୀୟବାସିନ୍ଦା ଉତ୍ତେଜନା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.