ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

କୋଭିଡ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ୧୪ କରୋନା ରୋଗୀଙ୍କ ସହ ୨ ନର୍ସ ମୃତ

ଅହମଦାବାଦ: ଗୁଜରାଟର ଭରୁଚରେ ଥିବା ଏକ କୋଭିଡ ହସ୍ପିଟାଲରେ ଶୂକ୍ରବାର ବିଳମ୍ବିତ ରାତିରେ ଭୀଷଣ ନିଆଁ ଲାଗିଛି । ହସ୍ପିଟାଲର କରୋନା ୱାର୍ଡରେ ଲାଗଥିବା ନିଆଁ ଦେଖୁ ଦେଖୁ ଆଇସିୟୁକୁ ବ୍ୟାପି ଯାଇଥିଲା । ଏଥିରେ ୧୬ ଜଣ ଜଣଙ୍କ ମୃତ୍ୟୁ ହୋଇଛି । ୧୪ ରୋଗୀଙ୍କ ସହ ୨ ଜଣ ନର୍ସଙ୍କ ମୃତ୍ୟୁ ହୋଇଛି । ଶୁକ୍ରବାର ରାତି ପ୍ରାୟ ୧୨ଟା ୩୦ରେ ନିଆଁ ଲାଗିଥିବା ଜଣାପଡ଼ିଛି ।

ସୂଚନାନୁଯାୟୀ, ଭରୁଚ ଜମ୍ବୁସର ହାଇୱେରେ ଥିବା ପଟେଲ ୱେଲଫେୟାର ହସ୍ପିଟାଲର ପ୍ରଥମ ମହଲାରେ ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧୨ଟା ୩୦ ରୁ ୧ଟା ମଧ୍ୟରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିଥିବା ସ୍ଥାନ ନିକଟରେ ହିଁ ଆଇସିୟୁ ୱାର୍ଡ ଥିଲା । ନିଆଁ ଏତେ ଜୋରରେ ବ୍ୟାପି ଯାଇଥିଲା ଯେ ରୋଗୀଙ୍କୁ ବାହାରକୁ ବାହର କରିବାକୁ ସମୟ ହିଁ ନଥିଲା । ରୋଗୀଙ୍କୁ ବାହାର କରିବା ବେଳକୁ ଅନେକ ନିଆଁ ଭିତରେ ଫସି ଯାଇଥିଲେ । ନିଆଁ ଲାଗିବା ଖବର ପାଇ ଅଗ୍ନିଶମ ବାହିନୀ ଓ ପୋଲିସ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ସହ ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ, କରୋନା ୱାର୍ଡରେ ୪୯ ଜଣ ଆକ୍ରାନ୍ତ ଥିଲେ । ଯେଉଁଥିରୁ ପ୍ରାୟ ୨୪ ଜଣ ଆକ୍ରାନ୍ତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ଜିଲ୍ଲାପାଳଙ୍କ ଅନୁସାରେ ନିଆଁ ଲାଗି ୧୬ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଆକ୍ରାନ୍ତଙ୍କୁ ଅନ୍ୟ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ନିଆଁ କେମିତି ଲାଗିଲା ଏଯାଏଁ ଜଣାପଡ଼ିନାହିଁ । ମାମଲାର ତଦନ୍ତ ଚାଲିଛି ।

Leave A Reply

Your email address will not be published.