ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ୨ ମାଓ କମାଣ୍ଡର ନିହତ, ବିପୁଳ ପରିମାଣପରେ ମାଓ ସାମଗ୍ରୀ ଜବତ

ମାଲକାନଗିରି:  ପୁଣିଥରେ ପୁଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟରେ ଦୁଇଜଣ ମାଓ କମାଣ୍ଡର ନିହତ ହୋଇଥିବା ଜଣାପଡ଼ିଛି। ଘଟଣା ସ୍ଥଳରୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ ହୋଇଛି।

ସୂଚନା ଅନୁଯାୟୀ, ଗତକାଲି ଓଡ଼ିଶା ଓ ଛତିଶଗଡ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଆର୍ଛା ଜଙ୍ଗଲରେ ପୁଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଥିଲେ । ଏଥିରେ ୨ ମାଓ ନେତାଙ୍କ ମୃତ୍ୟୁ ଘଟିଥିଲାବେଳେ ଘଟଣାସ୍ଥଳରୁ ତିନୋଟି ରାଇଫଲ୍‌, ଅନେକ ଅଫୁଟା ଗୁଳି, ନକ୍ସଲ ପୋଷାକ, ଔଷଧ ଏବଂ ଧନୁ ତୀର ଜବତ ହୋଇଛି। ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ୍ ଜାରି ରହିଥିବା ବସ୍ତର ପୁଲିସ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.