ଦିଲ୍ଲୀ ଏମ୍ସରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ସୋମବାର ଭୋର୍ ପ୍ରାୟ ୫ଟା ସମୟରେ ଦିଲ୍ଲୀ ଏମ୍ସରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀର ୭ଟି ଗାଡ଼ି ନିଆଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ଥିବା ରୋଗୀଙ୍କୁ ତୁରନ୍ତ ବାହାରକୁ ଅଣାଯିବା ସହ ଭେଣ୍ଟିଲେଟରରେ ଥିବା ରୋଗୀଙ୍କ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି । କିଛି ରୋଗୀଙ୍କୁ ଡାକ୍ତର ରାସ୍ତା ଉପରେ ଚିକିତ୍ସା କରୁଥିବା ଦେଖାଯାଇଛି । ଏମ୍ସ କର୍ତ୍ତୃପକ୍ଷ ଗମ୍ଭୀର ରୋଗୀଙ୍କୁ ସଫଦରଜଙ୍ଗ ସ୍ଥାନାନ୍ତରଣ କରିଛନ୍ତି । ଅଗ୍ନିଶମ ବିଭାଗ ଅନୁସାରେ, ଷ୍ଟୋର ରୁମରେ ପ୍ରଥମେ ନିଆଁ ଲାଗିଥିଲା । ଏବେ ନିଆଁ ଆୟତ୍ତକୁ ଆସିଥିବା ବେଳେ ମୃତାହତ ନେଇ କୌଣସି ସୂଚନା ମିଳିନାହିଁ । ଏହା ପୂର୍ବରୁ ଜୁନ୍ ୧୭ ତାରିଖରେ ମଧ୍ୟ ଏମ୍ସରେ ନିଆଁ ଲାଗିଥିଲା । ଏମ୍ସର ନବମ ମହଲାରେ ଅଗ୍ନିକାଣ୍ଡ ହୋଇଥିଲା ।

Leave a comment
The Sakala ପ୍ରତି ମୁହୂର୍ତର ଖବର ଆପଣଙ୍କୁ ଦେଖାଇବାକୁ ଆମକୁ ଅନୁମତି ଦିଅନ୍ତୁ |
Dismiss
Allow Notifications