ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ନବ ଦାସଙ୍କୁ ଗୁଳିମାଡ଼ ଘଟଣା: ଏତଲା ଦେଲେ IIC, ‘ହତ୍ୟା ଉଦ୍ଦେଶ୍ୟରେ ଫାୟାରିଂ କରିଥିଲେ ASI’

ଝାରସୁଗୁଡ଼ା: ନବକିଶୋର ଦାସଙ୍କୁ ହତ୍ୟା ଘଟଣାରେ ଏତଲା ଦେଇଛନ୍ତି ଆଇଆଇସି । ବ୍ରଜରାଜନଗର ଥାନା ଆଇଆଇସି ପ୍ରଦ୍ୟୁମ୍ନ ସ୍ୱାଇଁ ଏତଲା ଦେଇଛନ୍ତି। ହତ୍ୟା ଉଦ୍ଦେଶ୍ୟରେ ନବ ଦାସଙ୍କୁ ଫାୟାରିଂ କରିଥିଲେ ଏଏସଆଇ ଗୋପାଳ । ଅତି ନିକଟରୁ ଏଏସଆଇ ଗୋପାଳକୃଷ୍ଣ ଫାୟାରିଂ କରିଥିଲେ । ଏତଲା ଅନୁସାରେ ଏଏସଆଇ ଗୋପାଳ ଗତକାଲି ଟ୍ରାଫିକ୍ କ୍ଲିୟରାନ୍ସ ଦାୟିତ୍ୱରେ ଥିଲେ । ମନ୍ତ୍ରୀ ଗାଡ଼ିରୁ ଓହ୍ଲାଇବା ବେଳେ ସେ ତାଙ୍କ ନିକଟକୁ ଚାଲି ଯାଇଥିଲେ । ସେ ତାଙ୍କ ସର୍ଭିସ ରିଭଲଭରରୁ ଅତି ନିକଟରୁ ନବ ଦାସଙ୍କୁ ଫାୟାରିଂ କରିଥିଲେ । ଗୁଳି ସିଧା ମନ୍ତ୍ରୀଙ୍କ ଛାତିରେ ବାଜିଥିଲା । ତେବେ ଏହି ଘଟଣାରେ ସୁନ୍ଦରଗଡ଼ ରିଜର୍ଭ ବାରାକରେ ଅଭିଯୁକ୍ତ ଗୋପାଳକୃଷ୍ଣଙ୍କୁ ଚାଲିଛି ଜେରା । କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ଜେରା କରୁଛନ୍ତି ସ୍ୱତନ୍ତ୍ର ଟିମ୍ ।

Leave A Reply

Your email address will not be published.