ବଡ ଖବର ଓଡ଼ିଶା ମନୋରଞ୍ଜନ ଖେଳ ଖବର ଦେଶ- ବିଦେଶ ଜୀବନଚର୍ଯ୍ୟା ରାଶିଫଳ ବାଣିଜ୍ୟ ଫଟୋ ଗ୍ୟାଲେରୀ ଅପରାଧ ଟେକ୍ନୋଲୋଜି ବିଶେଷ ରାଜନୀତି ସ୍ଵାସ୍ଥ୍ୟ

ଶ୍ରୀମନ୍ଦିର ଗର୍ଭଗୃହ ଫଟୋ ଭାଇରାଲ ଘଟଣା; ସିଂହଦ୍ଵାର ଥାନାରେ ଏତଲା

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନରେ ବିଜେ ଶ୍ରୀଜଗନ୍ନାଥଙ୍କ ଫଟୋ ଭାଇରାଲ ଘଟଣାରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସିଂହଦ୍ୱାର ଥାନାରେ ଏତଲା ଦାୟର କରାଯାଇଛି । ଶ୍ରୀମନ୍ଦିର ସୁରକ୍ଷା ପ୍ରଶାସକ ଭି.ଏସ.ଚନ୍ଦ୍ର ଶେଖର ରାଓ ଏହି ଏତଲା ଦେଇଛନ୍ତି। ଆକାଶ ଚୌଧୁରୀ ନାମକ ଜଣେ ଯୁବକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହି ଫଟୋ ପୋଷ୍ଟ କରିଥିଲେ। ଏହି ଫଟୋ ଜଗମୋହନ ଭିତରକାଠ ନିକଟରୁ ଦର୍ଶନ ସମୟର ଉଠାଯାଇଥିବା ଜଣାପଡ଼ିଛି।

ଭାଇରାଲ ହୋଇଥିବା ଫୋଟୋଗୁଡିକ ଗର୍ଭ ଗୃହ ଭିତରର ହୋଇଥିବା ବେଳେ, କିଭଳି ଓ କେଉଁ ପଡିସ୍ଥିତିରେ ଏହା ଭାଇରାଲ ହେଲା ତା’ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନେବାକୁ ହୋଇଛି ଦାବି ହୋଇଛି । ଏଭଳି ସମ୍ବେଦନଶୀଳ ଫଟୋ ଭାଇରାଲ କରିଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏହି ଘଟଣାକୁ ନେଇ ଗତକାଲି ଶ୍ରୀମନ୍ଦିର ଏକାଦଶୀ ସେବା ସଂଘ ପକ୍ଷରୁ ଜିଲ୍ଲାପାଳ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଶ୍ରୀମନ୍ଦିର ଥାନାରେ ଅଭିଯୋଗ କରାଯାଇଥିଲା ।

Leave A Reply

Your email address will not be published.