ପତ୍ନୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲିଙ୍କ ବିରୋଧରେ ଥାନାରେ ଏତଲା

ମୁମ୍ବାଇ: ବିବାଦରେ ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି । ନିଶାସକ୍ତ ଅବସ୍ଥାରେ କାମ୍ବ୍‌ଲି ମାରଧର କରିବା ସହ ଦୁର୍ବ୍ୟବହାର କରିଥିବା ପତ୍ନୀ ଆଣ୍ଡ୍ରେୟା ହେଓ୍ବିଟ୍ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପତ୍ନୀ ଅଭିଯୋଗ କରିଛନ୍ତି ଯେ ବିନୋଦ କାମ୍ବଲି ଏକ ରନ୍ଧା ପାତ୍ରର ହ୍ୟାଣ୍ଡେଲ ତାଙ୍କ ଉପରକୁ ଫିଙ୍ଗି ଦେବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ପୋଲିସ ନିକଟରେ ଆଣ୍ଡ୍ରିଆଙ୍କ ଅଭିଯୋଗ ଅନୁଯାୟୀ ଶୁକ୍ରବାର ରାତି ୧ ଟାରୁ ୧.୩୦ ମଧ୍ୟରେ ଏହି ଘଟଣା ଘଟିଛି।

ବାନ୍ଦ୍ରା ପୋଲିସର ସୂଚନାନୁସାରେ, ବିନୋଦ କାମ୍ବଲିଙ୍କ ବିରୋଧରେ ଆଇପିସିର ଧାରା ୩୨୩ ଏବଂ ୫୦୪ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ବାନ୍ଦ୍ରା ପୋଲିସ କହିଛି ଯେ କାମ୍ବଲିଙ୍କ ପତ୍ନୀ ଆଣ୍ଡ୍ରେୟା ଭାଭା ହସ୍ପିଟାଲକୁ ଯାଇ ଅଭିଯୋଗ ଦାଖଲ କରିବା ପୂର୍ବରୁ ଚିକିତ୍ସା କରିଥିଲେ। ପୂର୍ବତନ କ୍ରିକେଟର ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ହୋଇଥିବା ଝଗଡ଼ାର ତାଙ୍କର ୧୨ ବର୍ଷର ପୁଅ ସାକ୍ଷୀ ଥିଲେ ଯିଏ ଏସବୁ ଦେଖି ଭୟଭୀତ ହୋଇପଡିଥିଲା।

ସୂଚନାଯୋଗ୍ୟ, ମଦ୍ୟପାନ କରି ଅନ୍ୟ ଏକ ଗାଡିକୁ ଧକ୍କା ମାରିବା ଅଭିଯୋଗରେ କାମ୍ବଲିଙ୍କୁ ଗତ ବର୍ଷ ଫେବୃଆରୀରେ ପୋଲିସ ଗିରଫ କରିଥିଲା।

Leave a comment